ଓଡିଶା

odisha

ETV Bharat / state

ଗଡିବ ମା’ ବିରଜାଙ୍କ ରଥ, କୋଭିଡ୍‌ କଟକଣାରେ ଟାଣିବେ ସେବାୟତ

ଗଡିବ ମା’ ବିରଜାଙ୍କ ସିଂହଧ୍ବଜ ରଥ । କୋଭିଡ କଟକଣାରେ ଟାଣିବେ ସେବାୟତ । ଅଧିକ ପଢନ୍ତୁ...

By

Published : Oct 13, 2020, 1:43 PM IST

ଗଡିବ ମା’ ବିରଜାଙ୍କ ରଥ, କୋଭିଡ୍‌ କଟକଣାରେ ଟାଣିବେ ସେବାୟତ
ଗଡିବ ମା’ ବିରଜାଙ୍କ ରଥ, କୋଭିଡ୍‌ କଟକଣାରେ ଟାଣିବେ ସେବାୟତ

ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ବଜ ରଥ । କୋଭିଡ କଟକଣାରେ ରଥ ଚାଲିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଯାଜପୁର ଜିଲ୍ଲପାଳ ଚକ୍ରବର୍ତ୍ତୀ ସିଂ ରାଠୋର,ଏସପି ଚରଣ ସିଂ ମୀନା ମନ୍ଦିର ପ୍ରଶାସକ ତଥା ଉପଜିଲ୍ଲାପାଳଙ୍କ ସହ ମନ୍ଦିର ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଛି ।

ଗଡିବ ମା’ ବିରଜାଙ୍କ ରଥ, କୋଭିଡ୍‌ କଟକଣାରେ ଟାଣିବେ ସେବାୟତ

ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ବୈଠକରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ କଟକଣାରେ ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ରୀତିନୀତି ଓ ନବଦିନ ବ୍ୟାପୀ ରଥଯାତ୍ରା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା 17 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ହେବାକୁ ଥିବାବେଳେ ସେବାୟତମାନଙ୍କ କୋଭିଡ୍‌ ଟେଷ୍ଟ କରାଯିବ । 3ଟି ପର୍ଯ୍ୟାୟରେ କୋଭିଡ୍‌ ଟେଷ୍ଟ ହେବ । ଏହାସହ ମନ୍ଦିର ଚତୁଃପାର୍ଶ୍ବରେ ଓ ରଥରେ 144 ଧାରା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ସେହିପରି କେବଳ ପୋଲିସ ଓ ସେବାୟତଙ୍କ ଦ୍ବାରା ରଥ ଟଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଟ୍ରାଫିକ, ଶାନ୍ତି ଶୃଙ୍ଖଳା ଓ ରଥ ଟଣା ଲାଗି ବ୍ୟାପକ ପୋଲିସ ମୃତୟନ ହେବେ ବୋଲି ଏସପି ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details