ଓଡିଶା

odisha

ETV Bharat / state

ଯାଜପୁରରେ ମୌସୁମୀ ବର୍ଷା ନିରାଶଜନକ, ଚାଷୀକୁଳ ହତାଶ

ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ନଥିବାରୁ ଚାଷୀ କୂଳ ହତାଶ ହୋଇପଡିଛନ୍ତି । ଚାଷଜମି ପାଟି ଆଁ କଲାଣି। ବର୍ତ୍ତମାନ ରୁଆ ପୋତା କାମ ଜୋରସୋରରେ ହେବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ବହୁ ସ୍ଥାନରେ ଆରମ୍ଭ ହୋଇପାରିନି କାମ । ଅଧିକ ପଢନ୍ତୁ...

ଯାଜପୁରରେ ମୌସୁମୀ ବର୍ଷା ନିରାଶଜନକ, ଚାଷୀକୁଳ ହତାଶ
ଯାଜପୁରରେ ମୌସୁମୀ ବର୍ଷା ନିରାଶଜନକ, ଚାଷୀକୁଳ ହତାଶ

By

Published : Jul 27, 2020, 10:23 PM IST

ଯାଜପୁର: ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ନଥିବାରୁ ଚାଷୀ କୂଳ ହତାଶ ହୋଇପଡିଛନ୍ତି । ଚାଷଜମି ପାଟି ଆଁ କଲାଣି। ବର୍ତ୍ତମାନ ରୁଆ ପୋତା କାମ ଜୋରସୋରରେ ହେବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ବହୁ ସ୍ଥାନରେ ଆରମ୍ଭ ହୋଇପାରିନି କାମ ।

ଯାଜପୁରରେ ମୌସୁମୀ ବର୍ଷା ନିରାଶଜନକ, ଚାଷୀକୁଳ ହତାଶ
ଯାଜପୁରରେ ମୌସୁମୀ ବର୍ଷା ନିରାଶଜନକ, ଚାଷୀକୁଳ ହତାଶ

ବିଂଝାରପୁର ଅଂଚଳରେ ଚାଷୀମାନେ କେବଳ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି କିନ୍ତୁ ଚଳିତ ବର୍ଷ ଆଶାନୁରୁପ ବର୍ଷା ହୋଇନଥିବାରୁ ଚାଷୀ କୂଳ ବେଶ ଚିନ୍ତାରେ ଅଛନ୍ତି । କେତେକ ଚାଷୀ ମଟର ଲଗାଇ ପାଖ ଜମିରେ ପାଣି ମଡାଉଛନ୍ତି । ଆଗାମୀ ଦିନ ଦୁଇ ଦିନ ମଧ୍ୟରେ ବର୍ଷା ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି । ସେପଟେ କୃଷି ବିଭାଗ ମଧ୍ୟ ଚାଷୀଙ୍କ ସମସ୍ୟା ନେଇ ଚିନ୍ତା ପ୍ରକଟ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details