ଓଡିଶା

odisha

ETV Bharat / state

୫ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ଧାରଣା - ଠିକା ଶ୍ରମିକଙ୍କ ଧାରଣା

୫ ଦଫା ଦାବି ନେଇ ସିମେଣ୍ଟ କାରଖାନା ଆଗରେ ଠିକା ଶ୍ରମିକଙ୍କ ଧାରଣା । ସ୍ଥାୟୀ ନିଯୁକ୍ତି ଓ କେନ୍ଦ୍ରୀୟ ହାରରେ ବେତନ ଦାବି କରି ଏହି ଆନ୍ଦୋଳନ ଚାଲିଛି । ଅଧିକ ଖବର ପଢନ୍ତୁ...

୫ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ଧାରଣା
୫ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ଧାରଣା

By

Published : Dec 17, 2019, 2:59 PM IST

ଯାଜପୁର: ୫ ଦଫା ଦାବି ନେଇ ସିମେଣ୍ଟ କାରଖାନା ଆଗରେ ଠିକା ଶ୍ରମିକଙ୍କ ଧାରଣା । ସ୍ଥାୟୀ ନିଯୁକ୍ତି ଓ କେନ୍ଦ୍ରୀୟ ହାରରେ ବେତନ ଦାବି କରି ଠିକା ଶ୍ରମିକମାନେ ଡାଲମିଆଁ ଭାରତ କପିଳାସ୍ ସିମେଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନା ମୁତାବକ ଡାଲମିଆଁ ସିମେଣ୍ଟ କାରଖାନାରେ ଦୀର୍ଘ ଦିନ ଧରି ୨୦୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ଠିକା ଶ୍ରମିକ ଭାବରେ କାମ କରି ଆସୁଛନ୍ତି । ମାତ୍ର କମ୍ପାନୀ ଆରମ୍ଭରୁ ଏହି ଶ୍ରମିକମାନେ କାମ କରିଆସୁଥିଲେ ମଧ୍ୟ ନା ତାଙ୍କର ବେତନ ବଢୁଛି ନା ଚାକିରୀ ସ୍ଥାୟୀ ହେଉଛି ବୋଲି ଅଭିଯୋଗ କରିଛନ୍ତି ଏହି ଶ୍ରମିକମାନେ ।

୫ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ଧାରଣା

ତେବେ ବାରମ୍ବାର ଅଭିଯୋଗ କଲେବି କମ୍ପାନୀ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହିଁ ତେଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ଶ୍ରମିକମାନେ କହିଛନ୍ତି । ତେବେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ବୈରି ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details