ଓଡିଶା

odisha

ETV Bharat / state

ଟ୍ରକକୁ ପିଟିଲା ଟ୍ରେଲର: ଜୀବନ୍ତ ଜଳିଗଲେ ଡ୍ରାଇଭର, ମେଡିକାଲରେ ହେଲପରଙ୍କ ମୃତ୍ୟୁ

ଯାଜପୁର ଧର୍ମଶାଳା ଦେଉଳି ଛକ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଜାତୀୟ ରାଜପଥ 16ରେ ଟ୍ରକ ଓ ଟ୍ରେଲର ମଧ୍ୟରେ ଧକ୍କା ହେବା ଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଚାଳକ । ଦୁର୍ଘଟଣାରେ ମୋଟ 2 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

jajpur road accident
ଟ୍ରକ- ଟ୍ରେଲର ଧକ୍କା

By

Published : Apr 5, 2023, 10:30 AM IST

ଟ୍ରକ- ଟ୍ରେଲର ଧକ୍କା

ଯାଜପୁର: ଧର୍ମଶାଳା ଥାନା ଦେଉଳି ଛକ 16 ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଟ୍ରକ ଓ ଟ୍ରେଲର ମଧ୍ୟରେ ଦୁର୍ଘଟଣା ଘଟି 2 ଜଣଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇ ଟ୍ରେଲର ଜଳିଯାଇଥିଲା । ଫଳରେ ଟ୍ରେଲର ଡ୍ରାଇଭର ଜୀବନ୍ତ ଜଳି ଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଧର୍ମଶାଳା ଥାନା ଦେଉଳି ଛକ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା । ସେହି ସମୟରେ ସମାନ ଦିଗରୁ ଆସୁଥିବା ଏକ ଲୁହା ରଡ ବୋଝେଇ ଟ୍ରେଲର ଟ୍ରକଟିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେଲର ଆଗ କ୍ୟାବିନରେ ନିଆଁ ଲାଗି ଯାଇଥିଲା । ଗାଡିରେ ଥିବା ଚାଳକ ଚାପି ହୋଇ ରହି ଯାଇଥିଲେ । ଆଉ ବାହାରି ପାରିନଥିଲେ । ହୁତୁ ହୁତୁ ହୋଇ ଜଳୁଥିବା ନିଆଁରେ ଜୀବନ ଦଗ୍ଧ ହୋଇଥିଲେ ଚାଳକ ଜଣକ । ସେହିପରି ଟ୍ରକରେ ଥିବା ହେଲପରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ମୋଦିଙ୍କ ଗସ୍ତ ପୂର୍ବରୁ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ ଅଟକ

ଏହା ବି ପଢନ୍ତୁ...ବାପଘରକୁ ଆସିଲେ ମାଆ ବୁଢୀ ଠାକୁରାଣୀ, ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହେଲା ଯାତ୍ରା

ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ସେ ସମ୍ପର୍କରେ କିଛି ଜଣାପଡି ନାହିଁ । ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଏକ ଲୁହା ଛଡ଼ ବୋଝେଇ ଟ୍ରେଲର କିପରି ଧକ୍କା ଦେଲା । ଭାରସାମ୍ୟ ହରାଇଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଓ ରସୁଲପୁର ଅଗ୍ନିଶମ ବାହିନୀ, ଧର୍ମଶାଳା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏ ଯାଏଁ ମୃତକମାନଙ୍କ ପରିଚୟ ଜଣାପଡି ନାହିଁ ।

ପ୍ରକାଶଥାଉ କି, ଗତମାସ ମାର୍ଚ୍ଚ 31 ତାରିଖରେ ସମ୍ବଲପୁରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ କେନାଲକୁ ବରଯାତ୍ରୀ ଗାଡି ଖସିପଡିଥିଲା । ଘଟଣାସ୍ଥଳରେ 7 ଜଣଙ୍କର ଜୀବନ ଦୀପ ଲିଭି ଯାଇଥିଲା । ସମ୍ବଲପୁରର ଶାସନ କେନାଲ ନିକଟରେ ଦୁର୍ଘଟଣା ଘଟିଥିଲା । ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବୋଲେରୋ କେନାଲ ମଧ୍ୟକୁ ଖସିପଡିଥିଲା । ବାହାଘର ଉତ୍ସବରେ ଦୁଃଖର କଳାବାଦଲ ଖେଳି ଯାଇଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details