ଓଡିଶା

odisha

ETV Bharat / state

ଯାଜପୁର ନିର୍ବାଚନୀ ମଇଦାନରେ ହେଭିୱେଟଙ୍କ ସହ ଯୁବ ନେତା

ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଚଳିତ ନିର୍ବାଚନରେ ଜିଲ୍ଲାରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବାକୁ ଯାଉଛି କଡା ମୁକାବିଲା।

By

Published : Apr 13, 2019, 2:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଚଳିତ ନିର୍ବାଚନରେ ଜିଲ୍ଲାରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବାକୁ ଯାଉଛି କଡା ମୁକାବିଲା। ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନରେ ଗୁରୁତ୍ୱ ଦେଇଥିବା ବେଳେ ଶାସକ ବିଜେଡି ହେଭିୱେଟ ମାନଙ୍କୁ ମଇଦାନକୁ ଓହ୍ଲାଇଛି। ନାମାଙ୍କନ ପତ୍ର ଦାଖଲ ସମୟରେ ଏହି ହେଭିୱେଟ ପ୍ରାର୍ଥୀ ମାନଙ୍କ ବିଶାଳ ଶୋଭାଯାତ୍ରା ନେତାଙ୍କ ଲୋକପ୍ରିୟତାର ପ୍ରମାଣ ଦେଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ସରିଲା ନାମାଙ୍କନ ପତ୍ର ଦାଖଲ। ସାମ୍ନାସାମ୍ନି ହେବ ଲଢେଇ । ନିର୍ବାଚନ ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ । ବିଜେଡି ଓ ବିଜେପି ଲଢ଼େଇରେ ଆଗରେ ଥିବା ବେଳେ କଂଗ୍ରେସ ଟିକେ ପଛରେ ପଡିଯାଇଛି। ପ୍ରାର୍ଥୀ ଚୟନକୁ ସବୁ ଦଳ ଗୁରୁତ୍ୱ ଦେଇଥିବା ବେଳେ ବିଜେଡି ହେଭିୱେଟ ନେତାଙ୍କୁ ମଇଦାନକୁ ଛାଡିଛି । ଧାଡିରେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥି, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଥିବା ବେଳେ ଯୁବ ନେତା ବି ଲଢେଇରେ ସାମିଲ ହୋଇଛନ୍ତି।

ବରୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଜଣେ ମହିଳାଙ୍କୁ ସୁଯୋଗ ଦେଇଛି। ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଥିବା ସୁନନ୍ଦା ଦାସଙ୍କୁ ବିଜେଡି ସୁଯୋଗ ଦେଇ ମହିଳା କାର୍ଡ ଖେଳିଛନ୍ତି ନବୀନ। ସେପଟେ ଯାଜପୁର ବିଜେପି ସଭାପତି ଥିବା ବରିଷ୍ଠ ନେତା ଗୌତମ ରାୟ ଯାଜପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଗୌତମ ପୂର୍ବରୁ ବିଜେଡିର ଜିଲ୍ଲା ସଭାପତି ରହିବା ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷ ମଧ୍ୟ ଥିଲେ।

ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାକୁ ଥିବା ବେଳେ ଯାଜପୁରରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଭୋଟରଙ୍କ ପ୍ରଥମ ପସନ୍ଦ ହେବ ବୋଲି କୁହାଯାଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details