ଓଡିଶା

odisha

ETV Bharat / state

ସ୍ମିତାରାଣୀ ମୃତ୍ୟୁ ମାମଲା; ଏସପିଙ୍କ କାର୍ଯ୍ୟାଳୟ ଘେରିଲା ମହିଳା କଂଗ୍ରେସ - Jajpur mahila morcha protest

ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବୁଧବାର ଜିଲ୍ଲା ଏସପିଙ୍କୁ ଘେରିଛି ମହିଳା କଂଗ୍ରେସ । ଘଟଣାର ସିବିଆଇ ତଦନ୍ତ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବାକୁ ମହିଳା ମୋର୍ଚ୍ଚା ଦାବି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Oct 23, 2019, 1:26 PM IST

Updated : Oct 23, 2019, 5:44 PM IST

ଯାଜପୁର: ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବିଜେପିର ବନ୍ଦ ହଡତାଳ ପରେ ଏବେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ବୁଧବାର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ପାଣିକୋଇଲି ସ୍ଥିତ ଏସପି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଉଭୟ ବିରୋଧୀ ଦଳ । ମହିଳା କଂଗ୍ରେସର ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ରାଜ୍ୟର ବହୁ ବରିଷ୍ଠ ନେତା ଓ କର୍ମୀ ।

ସ୍ମିତାରାଣୀ ମୃତ୍ୟୁ ମାମଲା; ଏସପିଙ୍କ କାର୍ଯ୍ୟାଳୟ ଘେରିଲା ମହିଳା କଂଗ୍ରେସ

ଯାଜପୁର ଏସ୍‌ପିଙ୍କ ଦ୍ଵାରା ଦିଆଯାଇଥିବା ପ୍ରେସ ବିବୃତ୍ତିକୁ ନେଇ ଜୋର୍ ଧରିଛି ରାଜନୀତି । ପ୍ରଥମେ ବିଜେପି ପରେ ଏବେ ପାଳି ପଡିଛି କଂଗ୍ରେସର । ଘଟଣାର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ । ଘଟଣାର ସିବିଆଇ ତଦନ୍ତ ଦାବିରେ ପାଣିକୋଇଲି ସ୍ଥିତ ଏସ.ପି ଅଫିସ୍ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ପ୍ରଥମେ କର୍ମୀ ମାନେ ପାଣିକୋଇଲି ତାରିଣୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦଳୀୟ ନେତା ଓ କର୍ମୀ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାର ଓ ପୋଲିସ୍ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ । ଏଥିସହ ଯାଜପୁର ଏସପିଙ୍କ ବଦଳି ମଧ୍ୟ ଦାବି କରିଥିଲେ କଂଗ୍ରେସ ନେତା । ନଚେତ୍‌ ଦଳ ପକ୍ଷରୁ ପୋଲିସ ଡିଜି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେପଟେ ପିଇଓ, ଭିଏଲଡବ୍ଲ୍ୟୁ ଓ ଜିଆରଏସ ସଂଘ ପକ୍ଷରୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ସଦର ମହକୁମାରେ କରିଥିଲେ ନିରବ ଶୋଭାଯାତ୍ରା ।

ଏହି ବିକ୍ଷୋଭରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ବିଧାୟକ ମହମ୍ମଦ ମୋକିମ ଓ ସତ୍ୟପ୍ରକାଶ ନାୟକ ଆଉ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା ପ୍ରମୁଖ ଯୋଗ ଦେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତୁରନ୍ତ ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନେତା ମାନେ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 23, 2019, 5:44 PM IST

ABOUT THE AUTHOR

...view details