ଯାଜପୁର: କମ୍ପ୍ୟୁଟର ଯୁଗ ପରେ ଏବେ ଆସୁଛି ରୋବର୍ଟ ଯୁଗ । ରୋବଟ୍ ଭବିଷ୍ୟତରେ ମଣିଷର ସବୁଠାରୁ ନିକଟତର ହେବାକୁ ଯାଉଛି । ଆଜିର ଛାତ୍ରଛାତ୍ରୀ ରୋବଟର ଉଦ୍ଭାବନ, ନିର୍ମାଣ ଓ ବ୍ୟବହାର ସମ୍ପର୍କରେ ଅନେକ ତଥ୍ୟ ଆବିଷ୍କାର କରିପାରୁଛନ୍ତି । ବିଭିନ୍ନ ସମୟରେ ରୋବଟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ରୋବୋଟିକ୍ କର୍ମଶାଳା, ପ୍ରଦର୍ଶନୀ ଓ ପ୍ରତିଯୋଗୀତାମାନ ଆୟୋଜନ କରାଯାଉଛି । ନିକଟରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ଏକ ଅନ୍ତର୍ଜାତୀୟ ରୋବର୍ଟିକ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଓଡିଶାକୁ ସଫଳତା ମିଳିଛି । ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ କିଡି କିଟ୍ସ ସ୍କୁଲର କୁନିକୁନି ଛୀତ୍ରଛାତ୍ରୀ ୱାର୍ଲ୍ଡ ରୋବଟିକ୍ସ ଚାମ୍ପିଅନସିପରେ ଭାଗେ ନେଇ ବିଜୟୀ ହୋଇଛନ୍ତି ।
ଏହି ରୋବୋଟିକ ଚମ୍ପିୟନସିପରେ ଓଡିଶାକୁ ଦୁଇଟି ପୁରସ୍କାର ମିଳିଛି । ତନ୍ମଧ୍ୟରେ ଯାଜପୁର ବ୍ୟାସନଗର ସ୍ଥିତ କିଡି କିଟ୍ସ ସ୍କୁଲର କୁନିକୁନି ଛୀତ୍ରଛାତ୍ରୀ ମାନେ ଏଥିରେ ସ୍ଥାନ ପାଇ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗୀତାରେ ୧୧ଟି ଦେଶରୁ ଏକ ହଜାରରୁ ଉର୍ଦ୍ଧ୍ବ ଦଳ ଅଂଶଗ୍ରହଣ କରିଥିଲେ । ରୋବଟ ଆଗାମୀ ପିଢ଼ିର ସବୁଠାରୁ ଭଲ ବନ୍ଧୁ ହେବାକୁ ଯାଉଛି । ଏବେଠୁ ରୋବର୍ଟ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅଧିକ ଜ୍ଞାନକୌଶଳ ହାସଲ କରିବା ଜରୁରୀ ହୋଇପଡିଛି ।
ମାନସ ମହାନ୍ତି ନାମକ ସ୍ଥାନୀୟ ଅଞ୍ଚଳର ଜଣେ ତରୁଣ ଅଭିଜ୍ଞ ରୋବୋଟ୍ ବୈଜ୍ଞାନିକଙ୍କ ଠାରୁ ପ୍ରେରଣା ପାଇ ଯାଜପୁର ବ୍ୟାସନଗରର କିଡି କିଟ୍ସ ସ୍କୁଲର କୁନିକୁନି ଛାତ୍ରଛାତ୍ରୀ ସଫଳତାର ସୋପାନ ଅତିକ୍ରମ କରି ଚାଲିଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ ଅନ୍ତର୍ଜାତୀୟ ରୋବଟିକ୍ ପ୍ରତିଯୋଗୀତାରେ ଭାଗନେଇ ଏହି କୁନିକୁନି ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିପାରିଛନ୍ତି । ବିଭିନ୍ନ ସମୟରେ କର୍ମଶାଳା ଓ ପ୍ରଦର୍ଶନୀ ଜରିଆରେ ରୋବର୍ଟ ଉଦ୍ଭାବନ, ନିର୍ମାଣ, କୌଶଳ ଓ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦିଆଯାଇଛି । ଯେଉଁଥିପାଇଁ ସେମାନେ ଆଜି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।