ଓଡିଶା

odisha

ETV Bharat / state

ଯାଜପୁର ଖପୁରିଆପଦା ବୃଦ୍ଧ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ - ଖପୁରିଆପଦା ବୃଦ୍ଧ ହତ୍ୟା ଘଟଣା

ଗତ ବୁଧବାର ଯାଜପୁର ଦାନଗଦି ଖପୁରିଆପଦା ଜଣେ ବୃଦ୍ଧଙ୍କ ମୃତ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

jajpur
ଯାଜପୁର ଖପୁରିଆପଦା ବୃଦ୍ଧ ହତ୍ୟା ଘଟଣା

By

Published : Jul 30, 2020, 6:33 PM IST

ଯାଜପୁର: ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଗତ ବୁଧବାର ଯାଜପୁର ଦାନଗଦି ଖପୁରିଆପଦା ଜଣେ ବୃଦ୍ଧଙ୍କ ମୃତ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଅଭିନାଶ ଧଳ ଏକ ମାରଣାସ୍ତ୍ର ସାହାଯ୍ୟରେ ବୃଦ୍ଧ ଶରତ ଧଳଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା। ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ଯାଜପୁର ଖପୁରିଆପଦା ବୃଦ୍ଧ ହତ୍ୟା ଘଟଣା

ବିଭିନ୍ନ ସୂତ୍ରରୁ ଖବର ପାଇ ପୋଲିସ ଅଭିନାଶକୁ ଅଟକ ରଖି ପଚରାଉଚୁରା କରିବା ପରେ ସେ ନିଜ ଦୋଷ ସ୍ବୀକାର କରିଥିଲା । ଏହା ଏକ ଏକତରଫା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଥିବାବେଳେ ପୋଲିସ ତଦନ୍ତ ପରେ ସବୁ ଘଟଣା ଜଣାପଡିବ ବୋଲି ପ୍ରକାଶ କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details