ଓଡିଶା

odisha

ଯାଜପୁରରେ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

By

Published : Dec 28, 2019, 11:31 AM IST

ଯାଜପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ସିଏଏ ଆଇନ ସମ୍ବିଧାନ ବିରୋଧୀ, କଳିଙ୍ଗନଗର ଶିଳ୍ପର ପୁନଃଉଦ୍ଧାର, ରେଳଯୋଗାଯୋଗ ଆଦି ଦାବି କରିଛନ୍ତି । ଅଧିକ ପଢନ୍ତୁ...

jajpur district congres press meet
ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଦେଶରେ ଲାଗୁ କରାଯାଇଥିବା ନାଗରିକ ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ । ସିଏଏ ଆଇନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କୌଣସି ଧର୍ମକୁ ଗୁରୁତ୍ବ ଦେବା ସମ୍ବିଧାନର ବିରୋଧୀ ବୋଲି ଅଭିଯୋଗ କରିଛି ।

ଯାଜପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏବଂ ପୂର୍ବତନ ମନ୍ତ୍ରୀ ସେକ ମତଲୁବ ଅଲ୍ଲୀ ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସାରା ଦେଶରେ ଦରଦାମ ବୃଦ୍ଧିକୁ ନେଇ ଲୋକେ ହନ୍ତସନ୍ତ ହେଲେଣି । କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ନୀଳାଚଳ ଇସ୍ପାତ କାରଖାନା ରୁଗଣ ଅବସ୍ଥାକୁ ଚାଲିଯାଇଥିବାରୁ ଏହାର ପୁନଃଉଦ୍ଧାର କରିବାକୁ ସେଲ ଅଧିନକୁ ଦେବା ପାଇଁ ଦାବି କରାଯାଇଛି ।

ବିରଜା କ୍ଷେତ୍ରରେ ରେଳ ଯୋଗାଯୋଗ ନଥିବାରୁ ତୁରନ୍ତ ଏହି ଦାବିକୁ ପୂରଣ କରିବାକୁ ମଧ୍ୟ ଦାବି କରାଯାଇଛି । ୟୁପିଏ ସରକାର ସମୟରେ ଏହି ରେଳପଥ ପାଇଁ ସର୍ଭେ କରାଯାଇଥିଲା କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପି ସରକାର ଉଦ୍ୟମ କରିନାହାଁନ୍ତି । ଯାହାର ପ୍ରତିବାଦ କରି ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details