ଓଡିଶା

odisha

ETV Bharat / state

୫ ଲକ୍ଷ ସଦସ୍ୟ ଗ୍ରହଣ ଅଭିଯାନରେ ଯାଜପୁର ଜିଲ୍ଲା ବିଜେଡି - ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଅତିଥି ଭାବରେ ବରିଷ୍ଠ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ଯଥା ବିଜେଡି ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଯୋଗଦେଇଥିଲେ । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ଓ ସଦସ୍ୟତା ଅଭିଯାନ ମଧ୍ୟମରେ ଯାଜପୁର ଜିଲ୍ଲାରୁ ୫ ଲକ୍ଷ ସଦସ୍ୟ ଗ୍ରହଣ କରିବା ବିଜେଡି ଲକ୍ଷ୍ୟ ରହିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

By

Published : Sep 11, 2019, 11:31 PM IST

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଳକ ଭବନରେ ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକଚନ୍ଦ୍ର ପଣ୍ଡା ,ପୂର୍ବତନ ମନ୍ତ୍ରୀ ଯଥା ବିଜେଡି ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଯାଜପୁର
ସାରା ରାଜ୍ୟରେ ବିଜୁ ଜନତା ଦଳ ଏକ କୋଟି ପ୍ରାଥମିକ ସଦସ୍ୟତା ଗ୍ରହଣ କରାଯିବାକୁ ଲକ୍ଷ୍ୟ ରହିଛି । ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ୫ ଲକ୍ଷ୍ୟ ସଦସ୍ୟ ସଦସ୍ୟତା ଗ୍ରହଣ କରିବେ ତାହା ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରାଯାଇଛି । ଯାଜପୁର ଜିଲ୍ଲା ସବୁବେଳେ ରାଜ୍ୟ ବିଜେଡିର ସବୁ କାର୍ଯ୍ୟକ୍ରମରେ ଆଗରେ ଅଛି । ସଭ୍ୟ ସଂଗ୍ରହ ଓ ସଦସ୍ୟତା ଅଭିଯାନରେ ବି ଆଗରେ ରହିବ ବୋଲି ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଏଥିପାଇଁ ଜିଲ୍ଲାର ସମସ୍ତ ଯୁବକର୍ମୀ ବିଶେଷ କରି ମହିଳା ମାନେ ଆଗେଇ ଆସିବାକୁ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

ଏହି ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକରେ ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ,କୋରେଇ ବିଧାୟକ ଅଶୋକ ବଳ ଆଉ ବରୀ ବିଧାୟିକା ସୁନନ୍ଦା ଦାସ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇଥିଲେ ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details