ଯାଜପୁର: ଓଟିଟି (OTT Platform) ପ୍ଲାଟଫର୍ମ ଡିସନୀ ହଟଷ୍ଟାରରେ କୋଟି ଓଡ଼ିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥଙ୍କ ନାଁକୁ ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ହଟଷ୍ଟାରରେ ପ୍ରସାରିତ ହେଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଏପରି କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଯାଜପୁର ସରକାରୀ ଧନ୍ଦାମୂଳକ ବିଦ୍ୟାଳୟର ଅଧ୍ୟାପକ ଦେବୀପ୍ରସାଦ ଦାଶ । ଏହାର ନିର୍ମାତା କ୍ଷମା ପ୍ରାର୍ଥନା କରିବା ସହିତ ଉକ୍ତ ଭିଡ଼ିଓ କ୍ଲିପକୁ କାଟିବାକୁ ସେ ଦାବି କରିଛନ୍ତି ।
ଅଧ୍ୟାପକ ଦେବୀପ୍ରସାଦ ଏ ନେଇ ସରକାରଙ୍କ ସିଟିଜେନ ପୋର୍ଟାଲରେ ବିଧିବଦ୍ଧ ଭାବରେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ସେ ଏଥିପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି । ଅଧ୍ୟାପକଙ୍କ କହିବାନୁସାରେ, ଏହି ଚଳଚ୍ଚିତ୍ରରେ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ନାରାୟଣୀଙ୍କ ନାମକୁ କଦର୍ଥ କରାଯିବ ସହିତ ଅଶ୍ଳୀଳ ଇଙ୍ଗିତ କରାଯାଇ ବଦନାମ କରାଯାଇଛି । ଯାହା ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଭାବନାକୁ କୁଠାରଘାତ କରିଛି ।"
ସେ ଆହୁରି କହିଛନ୍ତି, "ଏହି ଚଳଚ୍ଚିତ୍ରରେ ଏକ ମଶାକୁ ଜଗନ୍ନାଥ ନାମ ଦିଆଯାଇଛି । ଜଣେ ଲୋକ ଝାଳ ଫୋପାଡୁଛି । ସେ ଝାଳ ବାଜି ମଶାଟି ମରିଯାଉଛି । ଏଥିରେ ଜଗନ୍ନାଥଙ୍କ ନାମକୁ ଅପବ୍ୟବହାର କରାଯାଇଛି । ଏଥିରେ ନ୍ୟାରେଟ କରୁଥିବା ମହିଳା ଜଣକ ଜଗନ୍ନାଥର ବିଧବା ବୋଲି କହୁଛନ୍ତି । ଏହା ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛି । ଏଥିଲାଗି ସରକାରୀ ସିଟିଜେନ ପୋର୍ଟାଲରେ ଏକ କେସ୍ କରିଛି । "
ଏହା ବି ପଢନ୍ତୁ- ମହାପ୍ରଭୁଙ୍କୁ ଅବମାନନା, ଗାଡି ପଛରେ ବାନ୍ଧି ନେଉଥିବା ଭିଡିଓ ଭାଇରାଲ