ଓଡିଶା

odisha

By

Published : Nov 4, 2019, 1:07 PM IST

ETV Bharat / state

ଅଭିଯୁକ୍ତକୁ ରାଜକୀୟ ସେବା ପ୍ରସଙ୍ଗ: ଖଣ୍ଡନ କଲେ ଜେଲ କର୍ତ୍ତୃପକ୍ଷ

ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ଚର୍ଚ୍ଚା । ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଜେଲରେ ଦିଆଯାଉଥିବା ସେବାକୁ ଖଣ୍ଡନ କଲେ ଜେଲ କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଏବେ ଜେଲରେ । ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବି ତୋଫାନ ଲାଗି ରହିଛି । ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ନାରାବାଜି ଚାଲିଥିବାବେଳେ ଏବେ ଆଉ ଏକ ଅଭିଯୋଗ ଘଟଣାକୁ ଅଧିକ ଜଟିଳ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହି ମାମଲାରେ ଗିରଫ ହୋଇଥିବା ରୂପେଶ ଭଦ୍ର ଏବେ ଯାଜପୁର ରୋଡ ସବଜେଲର । ଚର୍ଚ୍ଚା ହେଉଛି ଅଭିଯୁକ୍ତଙ୍କୁ ଜେଲରେ ରାଜକୀୟ ଢଙ୍ଗରେ ସେବା ଯୋଗାଇ ଦିଆଯାଉଛି । ଏହାସହ ରୂପେଶଙ୍କୁ ସମସ୍ତ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଥିବା ଅଭିଯୋଗ ଆସିବା ପରେ ଏନେଇ ମୁହଁ ଖୋଲିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ।


ସେ କହିଛନ୍ତି ସରକାରଙ୍କ ନିୟମ ଅନୁସାରେ ସମସ୍ତ ଅନ୍ତେବାସୀଙ୍କୁ ତାଙ୍କ ପରିବାର ସହ ସାକ୍ଷାତ ପାଇଁ ସୁଯୋଗ ଦିଆଯାଉଛି । ଜେଲକୁ କୌଣସି ପ୍ରକାର ମାଦକ ଦ୍ରବ୍ୟ ଛଡାଯାଉ ନାହିଁ । କୌଣସି ଅନ୍ତେବାସୀଙ୍କୁ ସ୍ବତନ୍ତ୍ର ସୁବିଧା ଦିଆଯାଉ ନାହିଁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details