ଓଡିଶା

odisha

ETV Bharat / state

ଚାରିମାସ ହେବ ରାସନ ସାମଗ୍ରୀରୁ ବଞ୍ଚିତ 200 ପରିବାର

ସରକାରଙ୍କର ଦାରିଦ୍ର୍ୟମାନଙ୍କୁ ରାସନ ସାମଗ୍ରୀ ବଣ୍ଟନରେ ଦେଖା ହୋଇଛି ଅନିୟମିତତା । ଯାଜପୁରର ସୁକିନ୍ଦା ବ୍ଲକରେ ଚାରିମାସ ହେବ 200 ପରିବାରକୁ ରାସନ ସାମଗ୍ରୀ ଦେବାରୁ ବଞ୍ଚିତ କରାଯାଇଛି । ଅଧିକ ପଢନ୍ତୁ...

ଚାରିମାସ ହେବ ରାସନ ସାମଗ୍ରୀରୁ ବଞ୍ଚିତ 200 ପରିବାର
ଚାରିମାସ ହେବ ରାସନ ସାମଗ୍ରୀରୁ ବଞ୍ଚିତ 200 ପରିବାର

By

Published : Oct 22, 2020, 6:45 PM IST

ଯାଜପୁର: ଆଜି ବି ସରକାରୀ ସହାୟତା ପାଇବାରେ ଲୋକଙ୍କୁ ଅବହେଳିତ ହେବାକୁ ପଡୁଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ ଦେବାର ବ୍ୟବସ୍ଥା କରାଯାଇଛି । ଦେଲେ ଏଥିରେ ବି ହେରଫେର । ଯାଜପୁରର ସୁକିନ୍ଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ଚାରିମାସ ହେବ ରାସନ ସାମଗ୍ରୀରୁ ବଞ୍ଚିତ 200 ପରିବାର

ସରକାରଙ୍କ ରାସନ ବ୍ୟବସ୍ଥାର ନିୟମ ଅନୁସାରେ ପ୍ରତି ମାସରେ ବିପିଏଲ କାର୍ଡଧାରୀମାନେ ରାସନ ପାଇବେ । ପ୍ରତି ପରିବାରକୁ ମୁଣ୍ଡ ପିଛା 5କେଜି ଚାଉଳ, ଗହମ ଓ କିରୋସିନ ପ୍ରଦାନ କରିବାର ନିୟମ ରହିଛି । ହେଲେ ସୁକିନ୍ଦା ବ୍ଲକର ଦୁଇଶହ ପରିବାର ଚାରି ମାସ ହେବ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ରାସନ ପାଇଁ ଯିବାରୁ ଉପଭୋକ୍ତାଙ୍କର ନାମ କଟି ଯାଇଛି, ଫିଙ୍ଗର ମ୍ୟାଚ କରୁନି କହି ଦୀର୍ଘ ଚାରି ମାସ ହେବ ଲୋକଙ୍କୁ ହଇରାଣ କରି ଆସୁଛନ୍ତି ସରକାରୀ ଡିଲର । ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ଦୁଇ ଶହ ପରିବାର ଏ ନେଇ ବିଡିଓଙ୍କୁ ନିଜର ଦାବି ଜଣାଇଛନ୍ତି । ସେପଟେ ହରିପୁର ପଞ୍ଚାୟତ ନାଳିଆଝର ଗ୍ରାମର ଶତାଧିକ ଲୋକ ଡିଲର ତାଙ୍କୁ 20 ରୁ 25 କିଲୋ ଚାଉଳ କମ କରି ଦେଉଥିବା ଅଭିଯୋଗ କରି ସୁକିନ୍ଦା ବିଡ଼ିଓ ବିଶ୍ବଜିତ ଦାସଙ୍କୁ ଦାବି ପତ୍ର ଦେଇଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details