ଯାଜପୁର:ତ୍ରିଜଙ୍ଗା କଲୋନୀରେ ମହିଳାଙ୍କ ଜମି ହଡପ ଅଭିଯୋଗ । ବ୍ୟାସନଗର କେଏନଡିଏ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ କଲେ ଦାବି କଲେ ମହିଳା ।
ସୂଚନାମୁତାବକ, ଗତ ୨୦୦୫ ମସିହାରେ ନୀଳାଚଳ ଇସ୍ପାତ କାରଖାନାର ନିର୍ମାଣ ପାଇଁ ଅହଲ୍ୟା ମହାନ୍ତ ବିସ୍ଥାପିତ ହେଇଥିଲେ। ତେବେ ବିସ୍ଥାପିତ ନିୟମ ଅନୁଯାୟୀ ତ୍ରିଜଙ୍ଗା କଲୋନୀରେ ୧୦ ଡିସିମିଲ ଜାଗା ସରକାରଙ୍କ ତରଫରୁ ମିଳିଥିଲା। ମାତ୍ର ଅହଲ୍ୟାଙ୍କ ପରିବାରର କୌଣସି ଲୋକ ନଥିବାରୁ ତାଙ୍କ ଜମିକୁ ସ୍ଥାନୀୟ ଲୋକ ଜୋର ଜବରଦସ୍ତ ହଡ଼ପ କରିନେଇଥିବା ଅଭିଯୋଗ କରିଛନ୍ତି।।