ଚାଲିଛି ବେଆଇନ କ୍ରସର, ମାଡୁଛି ରୋଗ
ଯାଜପୁର ତହସିଲ ଅଞ୍ଚଳରେ ପାହାଡ ଗୁଡିକ ଭଙ୍ଗାଯାଇ ବଡବଡ ପଥର ଖଣ୍ଡମାନ ବାହାର କରାଯାଉଛି । ପାହାଡରୁ ବାହାରୁଥିବା ଏହି ପଥର ଖଣ୍ଡକୁ ବିଭିନ୍ନ କ୍ରସର ୟୁନିଟ୍, କ୍ରୟକରି ସେଥିରୁ ଚିପ୍ସ, ମେଟାଲ ଆଦି ମ୍ୟାଟେରିଆଲ ପ୍ରସ୍ତୁତ କରୁଛନ୍ତି । ମାତ୍ର ଜାତୀୟ ରାଜପଥ କଡରେ ବେଆଇନ ଭାବେ ମାଳମାଳ କ୍ରସର ଗଢି ଉଠିବା ଫଳରେ ଭୟଙ୍କର ପ୍ରଦୂଷଣ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଶୁଣୁ ନାହାଁନ୍ତି କ୍ରସର ଦଲାଲ । ଅଧିକ ପଢନ୍ତୁ..
ଯାଜପୁର: ଧର୍ମଶାଳା ତହସିଲ ଅଞ୍ଚଳର 16ନଂ ଏବଂ 200ନଂ ରାଜପଥ କଡରେ ରହିଛି 3ଶହରୁ ଊର୍ଦ୍ଧ୍ବ କ୍ରସର ୟୁନିଟ୍ । ଏହି ତହସିଲ ଅଞ୍ଚଳରେ ପାହାଡ ଗୁଡିକ ଭଙ୍ଗାଯାଇ ବଡବଡ ପଥର ଖଣ୍ଡମାନ ବାହାର କରାଯାଉଛି । ପାହାଡରୁ ବାହାରୁଥିବା ଏହି ପଥର ଖଣ୍ଡକୁ ବିଭିନ୍ନ କ୍ରସର ୟୁନିଟ୍, କ୍ରୟକରି ସେଥିରୁ ଚିପ୍ସ, ମେଟାଲ ଆଦି ମ୍ୟାଟେରିଆଲ ପ୍ରସ୍ତୁତ କରୁଛନ୍ତି । ଯାହା ଗୃହ, ରାସ୍ତାଘାଟ ନିର୍ମାଣ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବେସରକାରୀ ପ୍ରକଳ୍ପ ନିର୍ମାଣ ପାଇଁ ବ୍ୟବହାର କରାଯାଉଛି । ମାତ୍ର ଜାତୀୟ ରାଜପଥ କଡରେ ବେଆଇନ ଭାବେ ମାଳମାଳ କ୍ରସର ଗଢି ଉଠିବା ଫଳରେ ଭୟଙ୍କର ପ୍ରଦୂଷଣ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଆସିଛି । 2015ମସିହାରେ 80ଟି କ୍ରସର ୟୁନିଟକୁ ବନ୍ଦ କରିବାକୁ ମାନବାଧିକାର ଆୟୁକ୍ତଙ୍କ ନିକଟରେ ଫେରାଦ୍ ହୋଇଥିଲେ ଅଞ୍ଚଳବାସୀ । ପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଶତାଧିକ କ୍ରସର ୟୁନିଟକୁ ବନ୍ଦ କରିଦିଆଯାଇଥିଲା । ମାତ୍ର ଏଗୁଡିକ ଏବେ ପୁଣି କାର୍ଯ୍ୟକ୍ଷମ ହୋଇଯିବା ଫଳରେ ପୁଣି ସ୍ଥିତି ଯଥା ପୂର୍ବଂ ତଥା ପର ।