ଓଡିଶା

odisha

ETV Bharat / state

ହୋଲିରେ ଉତ୍ସବ ମୁଖର ଯାଜପୁର - ଯାଜପୁର

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଙ୍ଗ ଏବଂ ଭାଇଚାରାର ପର୍ବ ହୋଲି । ଯାଜପୁର ବ୍ୟାସନଗରର ବ୍ୟାସସେନା ପକ୍ଷରୁ କୋପଣ୍ଡ କାଳୀ ପଡିଆରେ ଆୟୋଜିତ ହୋଇଥିଲା ହୋଲି ଉତ୍ସବ । ସେହିପରି ଯାଜପୁର ବଡଚଣା ବ୍ଲକ ଦେଉଳକୁର ଗାଁରେ ଏକ ଭିନ୍ନ ପ୍ରକ୍ରିୟାରେ ପାଳିତ ହୋଇଛି ହୋଲି । ରାଧାକୃଷ୍ଣ ଜୀଉଙ୍କ ମେଳଣ ଉତ୍ସବ କରି ହୋଲି ପାଳିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Mar 22, 2019, 8:59 PM IST

ଯାଜପୁର: ଆଜି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଧୁମ୍‌ ଧାମ୍‌ର ସହ ପାଳିତ ହୋଇଛି ଏହି ପର୍ବ । ଏଥିପାଇଁ ଗାଁରୁ ସହରହୋଇ ଉଠିଥିଲା ଉତ୍ସବ ମୁଖର । ରଙ୍ଗ ଏବଂ ଅବିରରେ ରଙ୍ଗୀନ ହୋଇଉଠିଥିଲା ସମ୍ପୂର୍ଣ୍ଣ ପରିବେଶ । ଏହି ଅବସରରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଙ୍ଗ ଏବଂ ଭାଇଚାରାର ପର୍ବ ହୋଲି । ଯାଜପୁର ବ୍ୟାସନଗରର ବ୍ୟାସସେନା ପକ୍ଷରୁ କୋପଣ୍ଡ କାଳୀ ପଡିଆରେ ଆୟୋଜିତ ହୋଇଥିଲା ହୋଲି ଉତ୍ସବ ।

ଯୁବକ ଓ ଯୁବତୀମାନେ ରଙ୍ଗ ଅବିରରେ ହୋଲି ଖେଳିବା ସହ ନାଚଗୀତରେ ମଜି ଯାଇଥିଲେ ।ଆଖିରେ ଅନ୍ଧପୁଟୁଳି ବାନ୍ଧି ଅନେକ ଉଚ୍ଚସିକାରେ ଝୁଲୁଥିବା ଦହି ହାଣ୍ଡି ଭାଙ୍ଗିଥିଲେ ଯୁବକମାନେ । ପଡିଆରେ ହୋଲିକାର ଏକ ମୂର୍ତ୍ତି ସଜାଯାଇଥିବା ବେଳେ ରାତିରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣା ପଡିଛି ।

ସେହିପରି ଯାଜପୁର ବଡଚଣା ବ୍ଲକ ଦେଉଳକୁର ଗାଁରେ ଏକ ଭିନ୍ନ ପ୍ରକ୍ରିୟାରେ ପାଳିତ ହୋଇଛି ହୋଲି । ରାଧାକୃଷ୍ଣ ଜୀଉଙ୍କ ମେଳଣ ଉତ୍ସବ କରି ହୋଲି ପାଳିଛନ୍ତି ଗ୍ରାମବାସୀ । ମହାଭାରତର କିମ୍ବଦନ୍ତୀପୁରୁଷ ଧର୍ମରାଜ ଯୁଧିଷ୍ଠିରଙ୍କର ବିବାହ ବେଦୀରେ ଏହି ଉତ୍ସବ ପାଳିତ ହେଉଥିବାରୁ ଏହାକୁ ବେଦୀହୁଡା ମେଳଣ ବୋଲି କୁହାଯାଏ । ବର୍ଷ ବର୍ଷ ଧରି ଏଠାରେ ଏହି ମିଳନ ଉତ୍ସବ ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ରାଧା କୃଷ୍ଣଙ୍କର ପ୍ରାୟ 25ଟି ବିମାନ ଶୋଭାଯାତ୍ରାରେ ସ୍ଥାନ ପାଇଛନ୍ତି । ରାଧାକୃଷ୍ଣଙ୍କର ପ୍ରେମରେ ହଜିଯାଇ ବିମାନ ସହିତ ଗୀତଗାଇ ନାଚି ଉଠିଥିଲେ ହୋରିଆ ଭାଇ । ଘଣ୍ଟାଘଣ୍ଟ ଓ ହରିବୋଲ ହୁଳହୁଳି ଶବ୍ଦରେ ପୁରି ଉଠିଥିଲା ଗାଁ ଦାଣ୍ଡ ।


ଗତକାଲି ବିଳମ୍ବ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ମିଳନ ଉତ୍ସବ ଆସନ୍ତା କାଲି ମଧ୍ୟାହ୍ନ ଯାଏ ଅନୁଷ୍ଠିତ ହେବ । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଜଣା ପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details