ଓଡିଶା

odisha

ETV Bharat / state

ଗାଁ ଭିତରେ ଭାରିଯାନ ଚଳାଚଳକୁ ବିରୋଧ, ଧାରଣାରେ ବସିଲେ ଗ୍ରାମବାସୀ - ଗାଡିକୁ ଅଟକାଇ ଧାରଣା

କୋରେଇ ବ୍ଲକ ଶାଳବା ଗାଁ ରାସ୍ତାରେ ଭାରିଯାନ ଯିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ । ଗାଁ ରାସ୍ତାରେ ଭାରିଯାନ ଯିବାଆସିବାରେ କଟକଣା ଦାବି କରି ଧାରଣା । ଅଧିକ ପଢନ୍ତୁ

villagers protest
villagers protest

By

Published : Jul 9, 2023, 3:22 PM IST

ଗାଁ ଭିତରେ ଭାରିଯାନ ଚଳାଚଳକୁ ବିରୋଧ

ଯାଜପୁର: ଗାଁ ରାସ୍ତାରେ ଭାରି ଯାଆ ଆସ ବିରୋଧରେ ଗାଡ଼ିକୁ ଅଟକାଇ ଧାରଣା । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଶାଳବା ଗାଁ ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ, କୋରେଇ ବ୍ଲକ ଶାଳବା ଗାଁର ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟେକ ଦିନ ବାଲି ଚାଲାଣ ହେଉଛି । ଗାଁ ରାସ୍ତା ଦେଇ ବଡ଼ବଡ଼ ଗାଡ଼ି ଯିବା ଆସିବା କରୁଛି । ଫଳରେ ସ୍ଥାନୀୟ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରିଯାନ ଚାଲିବା ଫଳରେ ଅନେକ ସମୟରେ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା, ଗାଁକୁ ଆମ୍ବୁଲାନ୍ସ ଆସିବା ନେଇ ସମସ୍ୟା ସୃଷ୍ଟି ହେଉଛି । ଗ୍ରାମବାସୀଙ୍କ ମନରେ ଏକ ଭୟ ରହୁଛି । ଏନେଇ ବାରମ୍ବାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ମାତ୍ର ଏଥିପ୍ରତି କୌଣସି ଅଧିକାରୀ କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ- ୧୪ମାସ ୧୫ଦିନ ଧାରଣା ପରେ ବସ୍ତିବାସିନ୍ଦା ସଫଳ, ମିଳିଲା ଜମିପଟ୍ଟା

ସେପଟେ ଏହି ସମସ୍ୟା ପ୍ରତି କୌଣସି ଅଧିକାରୀ କର୍ଣ୍ଣପାତ ନକରିବା ଫଳରେ ଶାଳବା ଗାଁ ରାସ୍ତାରେ ଗାଡ଼ି ଅଟକାଇବା ସହ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଖୁବଶୀଘ୍ର ରାସ୍ତା କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତା ସହିତ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଦାବି ପୂରଣ ପ୍ରତିଶୃତି ମିଳିବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ସ୍ଥାନାନ୍ତରକୁ ବିରୋଧ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ଛାତ୍ରଛାତ୍ରୀ

ଏନେଇ ଗ୍ରାମବାସୀ ରମାକାନ୍ତ ସାହୁ କହିଛନ୍ତି, ଏହି ଗାଁରେ ଅନେକ ସମସ୍ୟା ରହିଛି । ପାଖରେ ସ୍କୁଲ ଓ ଡାକ୍ତରଖାନା ରହିଛି । ଭାରିଜାନ ଚାଲିବା ଦ୍ବାରା ପିଲାମାନେ ସ୍କୁଲ ଓ କଲେଜ ମଧ୍ୟ ଯାଇ ପାରୁ ନାହାନ୍ତି । ଏଠାରେ ମନମୁଖୀ କାମ ଚାଲି ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଭାରିଯାନ ଚଳାଚଳ ଯୋଗୁଁ ଅନେକ ସମସ୍ୟା ନେଇ ଗତି କରୁଛନ୍ତି ଗ୍ରାମବାସୀ । ଏହି ଘଟଣାକୁ ନେଇ ଅଭିଯୋଗ ସତ୍ତ୍ବେ କୌଣସି ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି । ସେଥିପାଇଁ ଏହି ଧାରଣାରେ ବସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଗାଁ ଭିତରେ ଭାରିଯାନ ଚଳାଚଳ ବନ୍ଦ ନକଲେ ଆଗାମୀ ପୁନଃ ଆନ୍ଦୋଳନ ଧମକ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details