ଓଡିଶା

odisha

ETV Bharat / state

ବୈତରଣୀରେ ବନ୍ୟା, ଚିନ୍ତାରେ ଚାଷୀ - ଚିନ୍ତାରେ ଚାଷୀ

ପୁଣି ବୈତରଣୀରେ ଆସିଛି ବନ୍ୟା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ନଦୀ । ଚାଷ ଜମିରେ ବନ୍ୟା ପାଣି ମାଡ଼ିବା ଫଳରେ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ଡ଼ିଜାଇନ୍ ଫଟୋ

By

Published : Sep 9, 2019, 8:33 PM IST

Updated : Sep 9, 2019, 8:54 PM IST


ଯାଜପୁର: ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ଏପଟେ ବର୍ଷା କାରଣରୁ ବୈତରଣୀ ନଦୀରେ ଆସିଛି ବନ୍ୟା । ଆଖୁଆପଦା ଠାରେ ସୋମବାର ସକାଳେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହୋଇଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନଦୀରେ ବନ୍ୟାଜଳ ଆସିବା ଫଳରେ ଜିଲ୍ଲାର ଦଶରଥପୁର, ଯାଜପୁର ବ୍ଲକର କେତେକ ଅଞ୍ଚଳ ଜଳମଗ୍ନ ହୋଇଛି। ତେବେ କେନ୍ଦୁଝର ଜିଲାରେ ବର୍ଷା କମିଥିବାରୁ ବୈତରଣୀର ଜଳସ୍ତର କମିବା ଆରମ୍ଭ ହୋଇଛି।

ସେପଟେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ବୈତରଣୀର ଜଳସ୍ତର ବୃଦ୍ଧି ପାଇଲେ ଚାଷ ଜମି ନଷ୍ଟ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Sep 9, 2019, 8:54 PM IST

ABOUT THE AUTHOR

...view details