ଓଡିଶା

odisha

By

Published : Oct 8, 2020, 9:19 PM IST

ETV Bharat / state

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ହାଥରସ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏହି ଧାରଣା ଦିଆଯାଇଛି । ଆଗାମୀ ଦିନରେ 550ଟି ଜିଲ୍ଲାର ଧାରଣା ଦେବାକୁ ନିଷ୍ପତ୍ତି ନେଇଛି ମୋର୍ଚ୍ଚା । ଆଗକୁ ପଢନ୍ତୁ...

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଯାଜପୁର:ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରତିଦିନ ଦେଶବ୍ୟାପୀ ଆନ୍ଦୋଳନ ଦେଖିବାକୁ ମିଳୁଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ଦାବିପତ୍ର ପ୍ରଦାନ କରାଯିବା ସହ ସରକାରୀ କାର୍ଯ୍ୟାଳୟ ଘେରାଉ କରାଯାଉଛି ।

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଏହି ପରିପ୍ରେକ୍ଷୀରେ ଦୋଷୀଙ୍କୁ ଫାଶୀ ଦେବା ଦାବି ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଜିଲ୍ଲା ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏହି ଧାରଣା ଦିଆ ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ହାଥରସ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଗୁରୁବାର ଠାରୁ 550 ଜିଲ୍ଲାରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦିଆଯିବ । ଏନେଇ ଜିଲ୍ଲା ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଜିଲ୍ଲା ସଙ୍ଘ ପକ୍ଷରୁ ବ୍ୟାସନଗର ସ୍ଥିତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଧାରଣାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରତାପ ଦାସଙ୍କ ନେତୃତ୍ବରେ କ୍ଷୀରୋଦ ଦାସ, ଭୀମସେନ ମୁଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details