ଯାଜପୁର: ଯାଜପୁର ରୋଡ ଅନ୍ତର୍ଗତ ନହଣକୁଳ ଗାଁର ବାସୁଦେବ ମନ୍ଦିର ନିକଟସ୍ଥ ପୋଖରୀରୁ ବିରଳ ପ୍ରଜାତିର ହାଡଗିଳା ପକ୍ଷୀ ଉଦ୍ଧାର ହୋଇଛି । ସୋମବାର ଅପରାହ୍ନରେ ବଉଳଗଡ ଗାଁର ଜୁଲି ଖଟୁଆ ଶୌଚ ହେବାକୁ ଯାଇଥିବା ବେଳେ ଉକ୍ତ ପକ୍ଷୀଟିକୁ ଦେଖିବାକୁ ପାଇଥିଲେ । ପରେ ଖବରପାଇ ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଥିଲେ ।
ପକ୍ଷୀଟିକୁ ଦେଖିବାକୁ ଶହଶହ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିବା ବେଳେ ଯାଜପୁର ରୋଡ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରଗଡି ବିଟ୍ ହାଉସର ଭାରପ୍ରାପ୍ତ ଅଧିକାରୀ ବେଣୁଧର ବେହେରା ଓ ଫ୍ଲାଇଂ ସ୍କ୍ବାର୍ଡ ସଦସ୍ୟ ଅଜୟ ମଲିକ ପକ୍ଷୀକୁ ରେଞ୍ଜ କାର୍ଯ୍ୟାଳୟକୁ ନେଇଯାଇଥିଲେ ।