ଓଡିଶା

odisha

ETV Bharat / state

‘ରଜ ଦୋଳି କଟମଟ’ ଗୀତରେ କମ୍ପୁଛି କୋପଣ୍ଡ - kopnda

ଆଜି ପହିଲି ରଜ । ମଉଜରେ ଉଠୁଛି ପଡୁଛି ଗାଁ ଦାଣ୍ଡ ।  ଏହି ଉପଲକ୍ଷେ ବ୍ୟସନଗର ସହରର କୋପଣ୍ଡ ଗ୍ରାମରେ ଚାଲିଛି ଧୁମଧାମରେ ସେଲିବ୍ରେସନ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଯାଜପୁର

By

Published : Jun 14, 2019, 3:19 PM IST

ଯାଜପୁର: ‘ରଜ ଦୋଳି କଟମଟ’ ଗୀତରେ ଦୁଲୁକୁଛି ବ୍ୟାସନଗର ସହରର କୋପଣ୍ଡ ଗ୍ରାମ । ଦୋଳି ଖେଳ ଆସରରେ ଜମୁଛି ଗାଁ ପଡିଆ । ଘରୁ ଘରୁ ଛୁଟିଆସୁଛି ପିଠାର ବାସ୍ନା । ଛୁଆ ଠାରୁ ବୃଦ୍ଧ ସମସ୍ତେ ରଜ ମଉଜରେ ମସଗୁଲ । ଦୂରଦୂରାନ୍ତରେ ଥିବା ଝିଅ ବୋହୂ ମଧ୍ୟ ମଜା ନେବାକୁ ଦୌଡିଆସିଛନ୍ତି ଗାଁକୁ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଯାଜପୁର

ଓଡିଆ ପରମ୍ପରା ଓ ସସ୍କୃତିର ପର୍ବ ରଜ । ଆଜି ପହିଲି ରଜ । ଏଥିପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ତେବେ ଏହି ଗାଁରେ 2 ବର୍ଷ ଧରି ରଜକୁ ବଡ ଆଡମ୍ବରରେ ପାଳନ କରାଯାଉଛି । ଛୁଆଙ୍କ ପାଇଁ ମ୍ୟୁଜିକ ଚେୟାରକୁ ବଡ ମାନଙ୍କ ପାଇଁ କବାଡି ପ୍ରତିଯୋଗିତା । ଖେଳ ସାଙ୍ଗକୁ ଚିୟର୍ସ ଗର୍ଜନରେ ଉଠୁଛି ପଡୁଛି ଗାଁ ।

ଗାଁର କୁଆରି ଝିଅ ଓ ମହିଳା ମଧ୍ୟ ନୂଆ ନୂଆ ଡ୍ରେସକୁ ଶାଢୀ ପିନ୍ଧି ରଜ ମନାଉଥିବା ନଜର ଆସିଛି । ସବୁ ରାଗରୁଷା ଭୁଲି ହସଖୁସିରେ ସମସ୍ତେ ମିଶି ପିଠା ଆଉ ପାନ ଖାଇ ମସ୍ତି କରୁଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details