ଓଡିଶା

odisha

ETV Bharat / state

କୋରୋନା ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହେଲା ଫିଭର କ୍ଲିନିକ

ଯାଜପୁର ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଫିଭର କ୍ଲିନିକ ଖୋଲାଯାଇଛି । ସାଧାରଣ ଥଣ୍ଡା, ଜ୍ବର ହେଲେ ଲୋକେ ଭୟରେ ଡାକ୍ତରଖାନାକୁ ନଯାଇ ଘରେ ରହୁଛନ୍ତି । ଫଳରେ ରୋଗୀ ଅଧିକ ଗୁରୁତର ହେଉଛି ।

By

Published : Sep 19, 2020, 6:05 PM IST

କୋରୋନା ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହେଲା ଫିଭର କ୍ଲିନିକ
କୋରୋନା ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହେଲା ଫିଭର କ୍ଲିନିକ

ଯାଜପୁର: ଖୋଲିଲା ଫିଭର କ୍ଲିନିକ । କୋରୋନା ସମୟରେ ଲୋକଙ୍କୁ ଥଣ୍ଡା, ଜ୍ବର ହେଲେ ଭୟରେ ଡାକ୍ତରଖାନାକୁ ନଯାଇ ଘରେ ରହୁଛନ୍ତି । ଫଳରେ ରୋଗୀ ଅଧିକ ଗୁରୁତର ହେଉଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ଫିଭର କ୍ଲିନିକ ଖୋଲାଯାଇଛି ।

କୋରୋନା ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହେଲା ଫିଭର କ୍ଲିନିକ

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଦେଖି ଫିଭର କ୍ଲିନିକ ଖୋଲାଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫିଭର କ୍ଲିନିକ୍ ଆରମ୍ଭ ହୋଇଛି । ଯାଜପୁରର ଦେବୀଦ୍ବାର ଠାରେ ଏହି ଫିଭର କ୍ଲିନିକର ଶୁଭାରମ୍ଭ କରାଯାଇଛି । ଯେଉଁଠି ଥଣ୍ଡା, ଜ୍ବର, କାଶ ଆଦି ରୋଗର ଚିକିତ୍ସା କରାଯିବା ସହିତ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଉଛି । ଜିଲ୍ଲାର ଆଉ ୩ଟି ସ୍ଥାନରେ ଏହି ଫିଭର କ୍ଲିନିକ୍ ଖୋଲାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହି ସୁବିଧାର ଲାଭ ଉଠାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲୋକଙ୍କୁ ନିବେଦନ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details