ଯାଜପୁର: ବାତ୍ୟା ଆସିବା ପୂର୍ବରୁ ଅଘଟଣ । ଫନି ପାଇଁ ରାଜ୍ୟ ସତର୍କ ହେଉଥିବା ବେଳେ ବିଂଝାରପୁର ବ୍ଲକ ବଗମରା ନିକଟରେ ଖରସ୍ରୋତା ନଦୀରେ ବୁଡି ବାପ-ପୁଅ ମୃତ । କ୍ଷତିପୂରଣ ବାବଦକୁ ମୃତକଙ୍କୁ 4 ଲକ୍ଷ ଲେଖାଏଁ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ମୃତ ବାପା ସରୋଜ ରଞ୍ଜନ ବଳ, ଓ ତୃତୀୟ ଶ୍ରେଣୀରେ ପଢୁଥିବା ପୁଅ ଆୟୁସ ବୁଧାବାର ଘରୁ ଯାଇଥିଲେ । ରାତି ହେଲେ ସୁଦ୍ଧା ଉଭୟ ଫରେନଥିରେ । ଏଥିରେ ବ୍ୟସ୍ତବିବ୍ରତ ହୋଇ ପରିବାର ଲୋକେ ସେମାନଙ୍କୁ ଖୋଜିଥିଲେ । ପରେ ନଦୀରୁ ବାପା ଓ ପୁଅଙ୍କ ଶବ ମିଳିଥିଲା ।