ଯାଜପୁର: ଓଡିଶା ମୁହାଁ ‘ଫନି’ । ପୁରୀ ଠାରୁ 420 କିମି ଦୂରରେ ଅଛି ସାମୁଦ୍ରିକ ବାତ୍ୟା 'ଫନି' । ଏହାର ମୁକାବିଲା କରିବା ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରସ୍ତୁତି । ପ୍ରଶାସନ ଠାରୁ ଆରମ୍ଭ କରି ଓଡ୍ରାଫ ଏବଂ ଏନଡିଆରଏଫ ଟିମ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ତେବେ ଜିଲ୍ଲାର ଆଂଶିକ ଅଞ୍ଚଳକୁ ଏହା କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି ।
ବିଶେଷକରି ଦାସରଥିପୁର, ବିଞ୍ଝାରପୁର, ବରୀ ଆଦି 3ଟି ବ୍ଲକର ତଳିଆ ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ସେହିପରି ଜିଲ୍ଲାର କୋରେଇ ବଡଚଣା, ରସଲପୁର ଆଦି ନଦୀକୂଳ ଅଞ୍ଚଳର ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରି ଥଇଥାନ ନିମନ୍ତେ 29 ଗୋଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି ।