ଓଡିଶା

odisha

ETV Bharat / state

ମା' ବିରଜାଙ୍କୁ ଦର୍ଶନ କରି ବିଭୋର ଭକ୍ତ, ମାନିଲେ କୋଭିଡ କଟକଣା

ମହାମାରୀ କୋରୋନା ଯୋଗୁଁ ଭକ୍ତ ଓ ଭଗବାନ ମଧ୍ୟରେ ରହିଥିବା ଦୀର୍ଘ ୧୦ ମାସର ବ୍ୟବଧାନ ଶେଷ ହୋଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଦୀର୍ଘ ଦିନ ପରେ ମାଙ୍କୁ ଦର୍ଶନ କରି ଭକ୍ତ ବେଶ ଆତ୍ମତୃପ୍ତି ଲାଭ କରିଛନ୍ତି । ଅଧିକ ପଢନ୍ତୁ...

By

Published : Dec 29, 2020, 6:21 PM IST

famous maa biraja temple of jajpur
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଖୋଲାଗଲା

ଯାଜପୁର: ପ୍ରତୀକ୍ଷାର ଅନ୍ତ ଘଟିଛି । କୋରୋନା ଯୋଗୁଁ ଭକ୍ତ ଓ ଭଗବାନ ମଧ୍ୟରେ ରହିଥିବା ଦୀର୍ଘ ୧୦ ମାସର ବ୍ୟବଧାନ ଶେଷ ହୋଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ସକାଳ ୬ଟାରୁ ମାଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । କୋଭିଡ କଟକଣା ଅନୁଯାୟୀ ମାଙ୍କୁ ଦର୍ଶନ କରି ଭକ୍ତ ବେଶ ଆତ୍ମତୃପ୍ତି ଲାଭ କରିଛି ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଖୋଲାଗଲା

ଦୀର୍ଘଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମିଳନ ଘଟିଛି । ଅତି ପାଖରୁ ନିଜ ମାଙ୍କୁ ଦର୍ଶନ କରିଛି ଭକ୍ତ । ଜଗତର କଲ୍ୟାଣ କାମନା କରି ଦୀପଟିଏ ମଧ୍ୟ ଜାଳିଛି । ଯେଉଁ କୋରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଛି ସେହି କୋରୋନା ଜଗତରୁ ପୁରା ଉଭେଇ ଯାଉ ଏଭଳି କିଛି କାମନା କରିଛି ଭକ୍ତ । ଆଜି ମା ବିରଜାଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ପରେ ଭକ୍ତ ନିଜ ଚର୍ମ ଚକ୍ଷୁରେ ମାଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛି । କୋରୋନା ଯୋଗୁଁ ମାଙ୍କ ମନ୍ଦିରକୁ ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ କରିଥିଲା ପ୍ରଶାସନ । କୋରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ କରି ଆଜି ଠାରୁ ମନ୍ଦିର ଖୋଲିଛି ପ୍ରଶାସନ । ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ ସହିତ ମାସ୍କ ପିନ୍ଧିବା ଏବଂ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ ରହିଛି । ମନ୍ଦିର ପରିସରରେ ପିଣ୍ଡିଦାନ ଆରମ୍ଭ ହୋଇଛି । କିନ୍ତୁ ଅନ୍ନପ୍ରସାଦ ସେବା କିମ୍ବା ବିବାହ ଘର କାର୍ଯ୍ୟକୁ ଅନୁମତି ମିଳିନାହିଁ । ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ରଙ୍ଗରେ ଗୋଲେଇ ଚିହ୍ନ କରାଯାଇଛି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଏବଂ ବାହାରେ ପୋଲିସ ମୁତୟନ ହୋଇଛନ୍ତି । ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରି ଦର୍ଶନ କଲାପରେ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ । ସେପଟେ ମନ୍ଦିର ସକାଳ ୬ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଆସନ୍ତା ଜାନୁଆରି ୧ରୁ ୩ତାରିଖ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ସର୍ବସାଧାରଣ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details