ଯାଜପୁର: ଘୋଷଣ ହୋଇସାରିଛି ଆଗାମୀ ସାଧାରଣ ନିର୍ବାଚନ ତାରିଖ । ଏନେଇ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇସାରିଛି । ଦେଶରେ 7 ଟି ପର୍ଯ୍ୟାୟରେ ମତଦାନ କରିବାକୁ ସ୍ଥିର କରାଯାଇଥିବାବେଳେ ଓଡିଶାରେ 4ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ତେବେ ଏହାକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ଏହି କ୍ରମରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।
ଜିଲ୍ଲାରେ ଏପ୍ରିଲ ୨୯ ତାରିଖରେ ହେବ ଭୋଟ ଗ୍ରହଣ । ମୋଟ ୧୪ ଲକ୍ଷ ୪୩ ହଜାର ୫୭୭ଜଣ ଭୋଟର ଏଥର ନିର୍ବାଚନରେ ସେମାନଙ୍କର ମତାଧିକାର ସାବସ୍ତ୍ୟ କରିବେ । ସେଥିପାଇଁ ୧୬୧୯ ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୨୬୪ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏଥିରେ ସର୍ବମୋଟ ୧୧ ହଜାର ୬୫୭ ଜଣ କର୍ମଚାରୀ ନିୟୋଜିତ ହେବେ । ପୁଲିଂ କର୍ମଚାରୀଙ୍କ ଇଲେକ୍ଟ୍ରୋନିକ ଭୋଟିଂ ବାବଦରେ ଦକ୍ଷତା ବୃଦ୍ଧି ନିମନ୍ତେ ଯାଜପୁର ଜିଲ୍ଲାର ୭ଟି ବ୍ଳକରେ ଚାଲିଛି ତାଲିମ କାର୍ଯ୍ୟକ୍ରମ ।