ଓଡିଶା

odisha

ETV Bharat / state

ଦୂତିଙ୍କ ଅଭିଯୋଗକୁ ଖଣ୍ଡନ କଲେ ସରସ୍ବତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ଦୂତି ଏବେ ବିବାଦ ଘେରରେ । ବିବାହ ନିଷ୍ପତ୍ତି ପରେ ଏବେ ପାରିବାରିକ ସମସ୍ୟା ମଧ୍ୟ ଦିନକୁ ଦିନ ଗୁରୁତର ରୂପ ନେଉଛି । ତେବେ ଗତକାଲି ଦୂତି ନିଜ ଭଉଣୀଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ଆଜି ତାଙ୍କ ଭଉଣୀ ସରସ୍ବତୀ ଚାନ୍ଦ ଖଣ୍ଡନ କରିଛନ୍ତି ।

By

Published : May 22, 2019, 6:51 PM IST

Updated : May 22, 2019, 8:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସମଲିଙ୍ଗୀ ସମ୍ପର୍କକୁ ନେଇ ଏବେ ଆନ୍ତର୍ଜାତୀୟ କ୍ରୀଡାବିତ୍ ଦୂତି ଚାନ୍ଦ ଏବେ ବିବାଦରେ । ସମ୍ପର୍କ ଖୁଲାସା ହେବା ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିବା ଏବେ ବିବାହକୁ ନେଇ ପାରିବାରିକ ବିବାଦ ସୃଷ୍ଟି ହୋଇଛି । ଗତକାଲି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀରେ ଦୂତି ନିଜ ଭଉଣୀ ସରସ୍ବତୀଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ । ତେବେ ଏହାକୁ ଖଣ୍ଡନ କରିଛନ୍ତି ସରସ୍ବତୀ ଚାନ୍ଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାଯୋଗ୍ୟ ଗତକାଲି ଦୂତି ଏକ ସାମ୍ବଦିକ ସମ୍ମିଳନୀରେ କହିଥିଲେ କି, ସମ୍ପର୍କକୁ ଢାଲ କରି ତାଙ୍କ ଭଉଣୀ ସରସ୍ବତୀ ତାଙ୍କୁ ବ୍ଲାକମେଲ କରୁଥିଲେ । ମାଡ଼ମାରିବା ସହିତ 25 ଲକ୍ଷ ଟଙ୍କ ମଧ୍ୟ ଦାବି କରିଥିଲେ । ଯାହାକୁ ଖୋଦ ସରସ୍ବତୀ ମିଥ୍ୟା ବୋଲି କହିଛନ୍ତି । ସେ କହିଛନ୍ତି କି ଏଭଳି ଅଭିଯୋଗ ଅମୂଳକ ଓ ଭିତ୍ତିହୀନ । ଦୂତୀଙ୍କୁ ପରିବାର ଲୋକଙ୍କ ବିରୋଧରେ ଛିଡା କରାଇ ତାଙ୍କୁ ଏକପ୍ରକାର ମୋହରା କରାଯାଇଛି ବୋଲି ସେମାନେ ମନ୍ତବ୍ୟ ଦେଇଛନ୍ତି । ସରସ୍ବତୀ କିମ୍ବା ତାଙ୍କ ପରିବାର ସଦସ୍ୟ ମାନେ କେବେ ସାନ ଭଉଣୀ ଦୂତୀଙ୍କ ଟଙ୍କା କିମ୍ବା ଧନସମ୍ପତ୍ତି ଉପରେ ଲୋଭ କରିନାହାନ୍ତି ବୋଲି କହିଛନ୍ତି । 25 ଲକ୍ଷ ଟଙ୍କା ଦାବୀ କରି ଦୂତିଙ୍କୁ ବ୍ଲାକମେଲ କରିବା କିମ୍ବା ତାଙ୍କୁ ମାଡମାରିବା କଥା ସମ୍ପୂର୍ଣ୍ଣ ମିଛ ବୋଲି ସରସ୍ବତୀ କହିଛନ୍ତି ।

ଅଧିକ ପଢନ୍ତୁ: 'ସମ୍ପର୍କକୁ ନେଇ ଭଉଣୀ ବ୍ଲାକମେଲ କରୁଥିଲେ'

ଦୂତୀଙ୍କ ପ୍ରତି ଏପରି ଷଡ଼ଯନ୍ତ୍ର କରାଯାଇଛି ବୋଲି ତାଙ୍କ ମା କହିଛନ୍ତି । କୁଚକ୍ରୀ ଗୋଷ୍ଠୀ ଦୂତୀ ଏପରି କହିବାକୁ ପ୍ରରୋଚନା ଦେଇଥିବା ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ଦୂତିଙ୍କ ମା' ଅଖୋଜି ଚାନ୍ଦ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : May 22, 2019, 8:51 PM IST

For All Latest Updates

ABOUT THE AUTHOR

...view details