ଯାଜପୁର: ବଡ଼ଚଣା ମେଡିକାଲରୁ ଗିରଫ ହୋଇଛି ଜଣେ ନକଲି ଡାକ୍ତର । ଏହି ବ୍ଯକ୍ତି ଜଣଙ୍କ ବଡ଼ଚଣା ଥାନା କଡେଇ ଗ୍ରାମର ନିହାର ରଞ୍ଜନ ସାମଲ ବୋଲି ଜଣାପଡିଛି ।
21 ତାରିଖ ରାତିରେ ନିହାର ବଡ଼ଚଣା ମେଡିକାଲର ପ୍ରସୂତି ବିଭାଗ ଯାଇ ରୋଗୀଙ୍କୁ ଡାକ୍ତର ପରିଚୟ ଦେଇଥିଲା । କିନ୍ତୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ ନକଲି ଡ଼ାକ୍ତରକୁ ଦେଖିବା ପରେ ଫସର ଫାଟିଯାଇଥିଲା ରଞ୍ଜନ ସାମଲଙ୍କ ଚାଲ ।