ଯାଜପୁର: ଶନିବାର ଏବଂ ରବିବାରରେ ଲାଗୁ ହେଉଥିବା ସପ୍ତାହନ୍ତ ସଟଡାଉନରେ ପୁରା ଜିଲ୍ଲା ସାମିଲ । ସରପଞ୍ଚଙ୍କ ଅନୁରୋଧ କ୍ରମେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ଆଜି(ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି ।
ଯାଜପୁର ଜିଲ୍ଲା ରେଡ଼ ଜୋନରେ ଥିବା ସହ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ଜିଲ୍ଲାରେ ସପ୍ତାହନ୍ତରେ କେବଳ ସହରାଞ୍ଚଳରେ ସଟଡାଉନ ଲାଗୁ କରାଯାଉଥିବା ବେଳେ ପୁରା ଜିଲ୍ଲାକୁ ସଟଡାଉନ କରାଯିବା ବୋଲି ସରପଞ୍ଚ ମାନଙ୍କ ଅନୁରୋଧ କ୍ରମେ ଆଜି ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି ।