ଓଡିଶା

odisha

By

Published : Sep 13, 2021, 10:34 PM IST

ETV Bharat / state

ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କଲା ପାଣିକୋଇଲି ପୋଲିସ, ୭ଗିରଫ

ଡବଲ ମର୍ଡର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କଲା ପାଣିକୋଇଲି ପୋଲିସ, ୭ଗିରଫ
ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କଲା ପାଣିକୋଇଲି ପୋଲିସ, ୭ଗିରଫ

ଯାଜପୁର:ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସୋତି ଗାଁ ନିକଟରେ ଡବଲ ମର୍ଡର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ଦୁଇ କିନ୍ନରଙ୍କ ସମତେ ୭ ଜଣଙ୍କୁ ଦଫା ୩୦୨ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ।

ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କଲା ପାଣିକୋଇଲି ପୋଲିସ, ୭ଗିରଫ

ସୂଚନାନୁଯାୟୀ ଗତ ୩ ତାରିଖ ସକାଳ ସମୟରେ ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ସେହି ଗାଁର ମାନସ ଦାସଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପ୍ରାଥମିକ ତଦନ୍ତରୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଥିଲା ।

ତେବେ ପରବର୍ତ୍ତୀ ସମୟରେ ଏହା ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିବାବେଳେ ଏହାର ତଦନ୍ତର ଦିଗକୁ ପରିବର୍ତ୍ତନ କରିଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଦୀର୍ଘ ୯ ଦିନ ଧରି ମାରାଥନ ତଦନ୍ତ କରିବା ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ।

ସୂଚନା ମୁତାବକ ୩ ତାରିଖ ବିଳମ୍ବିତ ରାତ୍ରିରେ ଭଦ୍ରକ ଜିଲ୍ଲାର କିଛି ଯୁବକ ଓ ମୃତ ଯୁବକ ଦୁଇ ଜଣ କିନ୍ନରଙ୍କ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖିବାକୁ ବାଧ୍ୟ କରିବା ନେଇ ପ୍ରଥମେ ବଚସା ଓ ପରେ ମାରପିଟ ହୋଇଥିଲା । ପରେ ଏହି ଘଟଣାକୁ ନେଇ ଯାଜପୁରର ଦୁଇ କିନ୍ନର ଓ ଭଦ୍ରକ ଜିଲ୍ଲାର ୫ ଜଣ ଅଭିଯୁକ୍ତଙ୍କୁ ଜହ୍ନା ଗ୍ରାମର ଦୁଇ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଯାଜପୁର ଏସପି ରାହୁଲ ପି ଆର ସୂଚନା ଦେଇଛନ୍ତି ।

ତେବେ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲାର ସତ୍ୟଜିତ ବେହେରା, ମନୋଜ ସାହୁ, ରାଜେନ୍ଦ୍ର ସାହୁ, ମନୋଜ ବେହେରାଙ୍କ ସମେତ ଦୁଇ କିନ୍ନର ଦୀପକ ମହାନ୍ତି, ସିଲା ସାହୁ ଓ ଜଣେ ନାବାଳକ ଥିବା ଜଣାପଡିଛି । ସେପଟେ ମୃତକଙ୍କ ପରିବାର ପକ୍ଷରୁ ଆସାମୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିବା ସହିତ ଯାଜପୁର ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details