ଓଡିଶା

odisha

ETV Bharat / state

‘ବାରୁଣୀ ବୁଡ’ ପକାଇଲେ ଶହ ଶହ ଶ୍ରଦ୍ଧାଳୁ

ମଙ୍ଗଳବାର ବୈତରଣୀ ନଦୀରେ ଶହଶହ ଶ୍ରଦ୍ଧାଳୁ ବାରୁଣୀ ବୁଡ ପକାଇଛନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସାଙ୍ଗକୁ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Apr 2, 2019, 5:50 PM IST


ଯାଜପୁର: ମଙ୍ଗଳବାରପବିତ୍ର ବୈତରଣୀ ନଦୀରେ ବାରୁଣୀ ବୁଡ ପକାଇଛନ୍ତି ଶହଶହ ଶ୍ରଦ୍ଧାଳୁ । ବହୁ ଦୂରଦୂରାନ୍ତରୁ ଯାତ୍ରୀମାନେ ଆସି ବାରୁଣୀ ବୁଡ ପକାଇଛନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମଧ୍ୟ ପିଣ୍ଡ ପ୍ରଦାନ କରିଛନ୍ତି । ବିଶ୍ବାସ ରହିଛି ଏଠାରେ ବୁଡ ପକାଇଲେ ମୋକ୍ଷ ମିଳିଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହା ସହିତ ପାର୍ଶ୍ବଦେବାଦେବୀଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଏହି ପବିତ୍ର ବାରୁଣୀ ବୁଡ ପକାଇପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ଅଶେଷ ଲାଭ ମିଳିଥାଏ ବୋଲି ଶାସ୍ତ୍ରୀୟ ମତ ରହିଛି । ଏହି ବାରୁଣୀ ସ୍ନାନ ବହୁ ଆବାହମାନ କାଳରୁ ରହି ଆସିଛି।

ଏହି ବାରୁଣୀ ବୁଡରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁମାନେ କିପରି ଭଲରେ ବୁଡ ପକାଇବେ ସେଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details