ଓଡିଶା

odisha

By

Published : Mar 6, 2021, 9:26 PM IST

ETV Bharat / state

ସ୍କୁଲର ବିଭିନ୍ନ ଫି ଛାଡ ଦାବିରେ ଅଭିଭାବକଙ୍କ ବିକ୍ଷୋଭ

ସ୍କୁଲ ରିଆଡମିଶନ ଫି, ବସ ଫି ଓ ହଷ୍ଟେଲ ଫି ଛାଡ ଦାବିରେ ଯାଜପୁର ଲକ୍ଷ୍ମୀନଗରସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଅଭିଭାବକଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

ସ୍କୁଲର ବିଭିନ୍ନ ଫି ଛାଡ ଦାବିରେ ଅଭିଭାବକଙ୍କ ବିକ୍ଷୋଭ
ସ୍କୁଲର ବିଭିନ୍ନ ଫି ଛାଡ ଦାବିରେ ଅଭିଭାବକଙ୍କ ବିକ୍ଷୋଭ

ଯାଜପୁର:ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଲକ୍ଷ୍ମୀନଗରସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଅଭିଭାବକଙ୍କ ବିକ୍ଷୋଭ । କୋଭିଡ ଯୋଗୁଁ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ରିଆଡିମିସନ ଫି, ବସ ଫି ଓ ହଷ୍ଟେଲ ଫି ସମ୍ପୂର୍ଣ୍ଣ ଛାଡ କରିବା ଦାବିରେ ଏହି ଉତ୍ତେଜନା ପ୍ରକାଶ ପାଇଛି । କୋଭିଡ ସମୟରେ ସ୍କୁଲ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଶତାଧିକ ଅଭିଭାବକ ଅଭିଭାବିକା ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍କୁଲର ବିଭିନ୍ନ ଫି ଛାଡ ଦାବିରେ ଅଭିଭାବକଙ୍କ ବିକ୍ଷୋଭ

ବିକ୍ଷୋଭ ସମୟରେ ସ୍କୁଲ ମଧ୍ୟରେ ପ୍ରବେଶକୁ ବିରୋଧ କରିବାରୁ ଅଭିଭାବକ-ଅଭିଭାବିକା ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଦୀର୍ଘ ସମୟ ପାଇଁ ସେଠାରେ ଉତ୍ତେଜନା ଲାଗି ରହିଛି । ହାଇକୋର୍ଟଙ୍କ ନିୟମ ଓ ସରକାରଙ୍କ ଗାଇଡଲାଇନକୁ ସ୍କୁଲ ସଠିକ ଭାବେ ପାଳନ କରିନଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତଙ୍କୁ ବୁଝାସୁଝା କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details