ଓଡିଶା

odisha

By

Published : Aug 20, 2022, 1:07 PM IST

ETV Bharat / state

ବନ୍ୟା ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯିବ, କହିଲେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ

ବୈତରଣୀ ନଦୀରେ ଜଳସ୍ତର କମିବା ପରେ ବ୍ରହ୍ମଚାରୀ ପାଟଣା ଠାରେ ସୃଷ୍ଟି ହୋଇଥିବା ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରୁଛି ପ୍ରଶାସନ । ବନ୍ୟା ଜନିତ କ୍ଷୟକ୍ଷତିର ଭରଣା ପାଇଁ ତୁରନ୍ତ ବନ୍ଦୋବସ୍ତ କରିବାକୁ ଦାବି କରୁଥିବା ବେଳେ ବନ୍ୟା ସମ୍ପୂର୍ଣ୍ଣ ଛାଡିବା ପରେ ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବନ୍ୟା ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯିବ କହିଲେ ଅତିରିକ୍ତ ଜିଲ୍ଲାପାଳ
ବନ୍ୟା ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯିବ କହିଲେ ଅତିରିକ୍ତ ଜିଲ୍ଲାପାଳ

ଯାଜପୁର: ବୈତରଣୀ ନଦୀର ଜଳସ୍ତର କମିଥିଲେ ମଧ୍ୟ ଟଳିନି ବିପଦ । ସେପଟେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ବ୍ରହ୍ମଚାରୀ ପାଟଣା ଠାରେ ସୃଷ୍ଟି ହୋଇଥିବା ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରୁଛି ପ୍ରଶାସନ । ବନ୍ୟା ସମ୍ପୂର୍ଣ୍ଣ ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବନ୍ୟା ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯିବ କହିଲେ ଅତିରିକ୍ତ ଜିଲ୍ଲାପାଳ

ବୈତରଣୀ ନଦୀରେ ଆସିଥିବା ବନ୍ୟା ଛାଡି ଯାଇଥିଲେ ମଧ୍ୟ ବିପନ୍ନଙ୍କ ଦୁଃଖ ବଢୁଥିବା ଦେଖିବାକୁ ମିଳିଛି । ଏବେ ମଧ୍ୟ ବନ୍ୟା ଜଳରେ ଏକର ଏକର ଚାଷ ଜମି ବୁଡି ରହିଛି । ବୈତରଣୀରେ ବନ୍ୟା ଏବଂ ଏହାର ଶାଖା କାଣୀ ନଦୀର ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ବ୍ଳକର ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି । ବ୍ରହ୍ମଚାରୀ ପାଟଣା ଗସ୍ତ କରି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ଘାଇ ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ଚୁଡା, ଗୁଡ଼ ସହିତ ଗୃହପାଳିତ ପଶୁ ମାନଙ୍କ ପାଇଁ ଗୋ ଖାଦ୍ୟ ବଣ୍ଟନ କରାଯାଇଛି । ତେବେ ଘାଇ ମୁହଁ ମୁକୁଳା ଥିବାରୁ ପାଣିପାଗ ବିଭାଗର ପୂର୍ବନୁମାନକୁ ନେଇ ଭୟଭୀତ ଅଛନ୍ତି ଅଞ୍ଚଳବାସୀ । ସେପଟେ ବନ୍ୟା ଜନିତ କ୍ଷୟକ୍ଷତିର ଭରଣା ପାଇଁ ତୁରନ୍ତ ବନ୍ଦୋବସ୍ତ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details