ଓଡିଶା

odisha

ETV Bharat / state

ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ସର୍ଶମ କାରାଦଣ୍ଡାଦେଶ ଦେଲେ ଜିଲ୍ଲା ଦୌରା ଜଜ

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଂଚଳରେ ଗତ ୨୦୧୭ ମସିହାରେ ହୋଇଥିବା ଆଦିବାସୀ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣୀ ହୋଇଛି । ଯେଉଁଠି ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 17, 2019, 5:54 AM IST

ଯାଜପୁର: ଦୀର୍ଘ ଅଢେଇ ବର୍ଷ ପରେ ଦୁଷ୍କର୍ମକାରୀଙ୍କୁ ମିଳିଲା ଉଚିତ ଶାସ୍ତି । ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଂଚଳରେ ଗତ ୨୦୧୭ ମସିହାରେ ହୋଇଥିବା ଆଦିବାସୀ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି ଅଦାଲତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

୨୦୧୭ ମସିହା ଜାନୁୟାରୀ ମାସ ୨୬ ତାରିଖରେ ପିଡିତା ଡୁବୁରୀ ହାଟରୁ ଫେରୁଥିବା ସମୟରେ ଅଭିଯୁକ୍ତ ଲାଦର ମହାକୁଡ ଭିମଟାଙ୍ଗର ଛକ ନିକଟରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ମୋଟ ୧୩ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ୩୭୬/୧ ଅନୁସାରେ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ 5 ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜିବୀ ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details