ଓଡିଶା

odisha

ETV Bharat / state

ଆସନ୍ତାକାଲି ଗଣତି, ବିଜୟ ନେଇ ଆଶାବାଦୀ ପ୍ରାର୍ଥୀ - congress

ଆସନ୍ତାକାଲି ଆସିବ 2019 ନିର୍ବାଚନର ଫଳାଫଳ। ମାତ୍ର ଏହା ପୂର୍ବରୁ ବିଜୟୀ ହେବା ନେଇ ଆଶାବାଦୀ ହୋଇ ଉଠିଛନ୍ତି ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ।

ଡିଜାଇନ ଫଟୋ

By

Published : May 22, 2019, 11:57 PM IST

ଯାଜପୁର: ଆଉ ମାତ୍ର କିଛି ଘଣ୍ଟାକୁ ଅପେକ୍ଷା। ଆସନ୍ତା କାଲି ହେବ ଭୋଟ୍ ଗଣତି ଏବଂ ଜଣାଯିବ ନିର୍ବାଚନୀ ଫଳାଫଳ। ନେତାଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ। ଏଥର ନିର୍ବାଚନରେ କିଏ ଜିତିବ କିଏ ହାରିବ ତାହା କାଲି ହିଁ ସ୍ପଷ୍ଟ ହୋଇଯିବ। ଯାହାକୁ ନେଇ ବିଭିନ୍ନ ଆସନରେ ପ୍ରତିଦ୍ବନ୍ଦିତା କରିଥିବା ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ଭିତରେ ଧିରେ ଧିରେ ହୃତକମ୍ପନ ମଧ୍ୟ ବଢିବାରେ ଲାଗିଛି। ସେପଟେ ପ୍ରାର୍ଥୀ ମାନେ ଯେତିକି ଉତ୍ସାହିତ ଓ ବ୍ୟଗ୍ର, ଦଳୀୟ କର୍ମୀ ଏବଂ ସମର୍ଥକ ମଧ୍ୟ ସେତିକ ମାତ୍ରାରେ ଉତ୍ସାହିତ।

ସମସ୍ତ ପ୍ରାର୍ଥୀ ପ୍ରାୟ ଆଶାବାଦୀ ଅଛନ୍ତି ସତ, ମାତ୍ର ଇଭିଏମ୍ ଲକ୍ ଖୋଲିବା ପରେ ହିଁ ସଠିକ୍ ତଥ୍ୟ ଜଣାପଡିବ। ଏହି ମର୍ମରେ କୋରେଇ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅଶୋକ ବଳ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥରର ନିର୍ବାଚନରେ ନିଜେ ଜିତିବା ନେଇ ମଧ୍ୟ ଆଶାବାଦୀ ଅଛନ୍ତି ସେ। ଗତଥର ଯାଜପୁର ଜିଲ୍ଲାରେ 7ଟି ଯାକ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଥିଲା।

ଜନସାଧାରଣଙ୍କ ବିପୁଳ ସମର୍ଥନରେ ଏଥର ମଧ୍ୟ ତାର ପୁନରାବୃତ୍ତି ହେବ ବୋଲି କହିଛନ୍ତି କୋରେଇ ଆସନର ବିଜେଡି ପ୍ରାର୍ଥୀ। ସେପଟେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀ ମଧ୍ୟ ବିଜୟୀ ହେବାକୁ ଦୃଢ ଆଶାବାଦୀ ଅଛନ୍ତି। ସବୁକିଛି ଆସନ୍ତା କାଲିର ଫଳାଫଳରୁ ହିଁ ଜଣାପଡିବ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ଯାଜପୁର

ଯାଜପୁର ଲୋକସଭା ଆସନର ମୋଟ୍ ଭୋଟର ସଂଖ୍ୟା 14ଲକ୍ଷ 72ହଦାର 616 ହୋଇଥିବା ବେଳେ ଚଳିତ ନିର୍ବାଚନରେ 10ଲକ୍ଷ 86ହଜାର 155ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ସେହିପରି 7ଟି ବିଧାନସଭା ଆସନ ମଧ୍ୟରୁ ସୁକିନ୍ଦା ବିଧାନସଭା ଆସନରେ ମୋଟ ଭୋଟର ସଂଖ୍ୟା 2ଲକ୍ଷ 14ହଜାର 66 ଥିବା ବେଳେ 1ଲକ୍ଷ 68ହଜାର 392 ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ସେହିପରି କୋରାଇ ଆସନରେ ମୋଟ ଭୋଟର ସଂଖ୍ୟା 1ଲକ୍ଷ 97ହଜାର 962 ହୋଇଥିବା ବେଳେ 1ଲକ୍ଷ 49ହଜାର 486 ଭୋଟର ଭୋଟଦେଇଥିବା ଜଣାପଡିଛି।

ଧର୍ମଶାଳା ଆସନରେ ମୋଟ ଭୋଟର ସଂଖ୍ୟା 2ଲକ୍ଷ 24ହଜାର 363 ହୋଇଥିବା ବେଳେ 1ଲକ୍ଷ 73ହଜାର 42ଜଣ ଭୋଟର ଭୋଟ ଦେଇଥିଲେ। ଯାଜପୁର ଆସନରେ ମୋଟ ଭୋଟର ସଂଖ୍ୟା 2ଲକ୍ଷ 33ହଜାର 267 ହୋଇଥିବା ବେଳେ 1ଲକ୍ଷ 86ହଜାର 813ଜଣ ଭୋଟର ମତ ସାବ୍ୟସ୍ତ କରିଛନ୍ତି। ବିଞ୍ଝାରପୁର ଆସନରେ ମୋଟ ଭୋଟର ସଂଖ୍ୟା 2ଲକ୍ଷ 16ହଜାର 243 ହୋଇଥିବା ବେଳେ 1ଲକ୍ଷ 44ହଜାର 878 ଜଣ ଭୋଟର ମତଦାନ କରିଛନ୍ତି। ବରୀ ବିଧାନସଭା ଆସନରେ ମୋଟ ଭୋଟର ସଂଖ୍ୟା 2ଲକ୍ଷ 15ହଜାର 133 ହୋଇଥିବା ବେଳେ 1ଲକ୍ଷ 51ହଜାର 874ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବଡଚଣା ଆସନରେ ମୋଟ ଭୋଟର ସଂଖ୍ୟା 1ଲକ୍ଷ 84ହଜାର 297 ହୋଇଥିବା ବେଳେ 1ଲକ୍ଷ 37ହଜାର 674ଜଣ ଭୋଟର ମତଦାନ କରିଥିବା ଜଣାପଡିଛି।


ଯାଜପୁରରୁ ଜ୍ଞାନରର୍ଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details