ଓଡିଶା

odisha

ETV Bharat / state

ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ - ଅଭିଯୁକ୍ତକୁ ଆଜୀବନ

ଚଣ୍ଡିଖୋଲ ବିଜେଡି ପାର୍ଟି ଅଫିସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲ୍ଲା ଦୌରାଜଜ ।

conviction
conviction

By

Published : Dec 13, 2019, 1:33 PM IST

ଯାଜପୁର: ୨୦୧୪ ମସିହା ମାର୍ଚ୍ଚ ୨୦ ତାରିଖରେ ଚଣ୍ଡିଖୋଲ ବିଜେଡି ପାର୍ଟି ଅଫିସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ । ଯାଜପୁର ଜିଲ୍ଲା ଦୌରାଜଜ ଗୁରୁବାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଗ୍ରହଣ କରି ଏହି ବିଚାର ଶୁଣାଇଛନ୍ତି ।

ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚଣ୍ଡିଖୋଲ ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ନୂଆ ସୁଙ୍ଗୁଡା ଗାଁର ଦୀପକ କୁମାର ନାୟକଙ୍କୁ ୪ ଜଣ ଗୁଳିକରି ହତ୍ୟା କରିଥିଲେ । ଏହି ଘଟଣା ପରେ ଦୁବୃର୍ତ୍ତ ମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ଦୁର୍ଘଟଣା ଘଟି ଅନ୍ୟତମ ଅଭିଯୁକ୍ତ ଜଗନ୍ନାଥ ମହାରଣାଙ୍କର ମୃତ୍ୟୁ ଘଟିଥିଲା ।

ଅନ୍ୟତମ ଅଭିଯୁକ୍ତ ଅଜିତ୍ କୁମାର ପରିଡା ପୂର୍ବରୁ ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ମୁନୁ ମହାରଣା ଏବେ ବି ଫେରାର ଅଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଏହି ରାୟ ଶୁଣାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details