ଓଡିଶା

odisha

ETV Bharat / state

ଭିସା ଷ୍ଟିଲ କାରଖାନାରୁ ଟ୍ରକ୍ ଯୋଗେ ମାଲ୍ ପରିବହନକୁ ନେଇ ବିବାଦ

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏହି କାରଖାନାରେ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଟ୍ରକ ମାଲିକ। ଅଧିକ ପଢନ୍ତୁ...

ଭିସା ଷ୍ଟିଲ କଳକାରଖାନାରୁ ଟ୍ରକ୍ ଯୋଗେ ମାଲ୍ ପରିବହନକୁ ନେଇ ବିବାଦ
ଭିସା ଷ୍ଟିଲ କଳକାରଖାନାରୁ ଟ୍ରକ୍ ଯୋଗେ ମାଲ୍ ପରିବହନକୁ ନେଇ ବିବାଦ

By

Published : Aug 22, 2021, 9:57 AM IST

ଯାଜପୁର:ଭିସା ଷ୍ଟିଲ କଳକାରଖାନାରୁ ଟ୍ରକ୍ ଯୋଗେ ମାଲ୍ ପରିବହନକୁ ନେଇ ମୁଣ୍ଡ ଟେକିଛି ବିବାଦ । ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏହି କାରଖାନାରେ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଟ୍ରକ ମାଲିକ । ଏନେଇ ଗତକାଲି କଳିଙ୍ଗନଗରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଟ୍ରକ୍ ମାଲିକ ଏକତ୍ରିତ ହୋଇ ଏହାର ଦୃଢ ପ୍ରତିବାଦ କରିବା ସହ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ସଠିକ୍ ଭାବେ ଲାଗୁ କରିବାକୁ ଦାବି କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଟ୍ରକ୍ ମାଲିକ ଚେତାବନୀ ଦେଇଛନ୍ତି ।

ଭିସା ଷ୍ଟିଲ କଳକାରଖାନାରୁ ଟ୍ରକ୍ ଯୋଗେ ମାଲ୍ ପରିବହନକୁ ନେଇ ବିବାଦ

ମିଳିଥିବା ସୂଚନା ମୁତାବକ ପୂର୍ବରୁ ଏହି କାରଖାନାରେ ମାଲ୍ ପରିବହନକୁ ନେଇ ବିବାଦ ଦେଖାଦେଇଥିଲା । ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମ ଲାଗୁ କରିବାକୁ ଦାବି କରି ଟ୍ରକ୍ ମାଲିକମାନେ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ । ପରେ କାରଖାନାରେଏହି ନିୟମ ଲାଗୁ କରିବାକୁ ଅଦାଲତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବର୍ତ୍ତମାନ ଏଥିରେ ବ୍ୟତିକ୍ରମ ଦେଖାଦେଇଥିବା ଅଭିଯୋଗ ହୋଇଛି । ରାଜନୈତିକ ଉଦ୍ଦେଶ୍ୟ ରଖି କିଛି ମୁଷ୍ଟିମେୟ ଲୋକ ଏହି ନିୟମକୁ ଖୋଲାଖୋଲି ଉଲଙ୍ଘନ କରୁଛନ୍ତି । ପାତରଅନ୍ତର କରାଯାଇ ମନଇଚ୍ଛା ଗାଡ଼ି ଲୋଡିଂ ଦିଆଯାଉଛି । ଫଳରେ ମାଲ୍ ପରିବହନ ପାଇଁ ସ୍ଥାନୀୟ ଅଞ୍ଚଳର ଟ୍ରକ୍ ମାଲିକମାନେ ସୁଯୋଗ ପାଉନଥିବା ବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଏନେଇ ଟ୍ରକ୍ ମାଲିକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗତକାଲି ଟ୍ରକ୍ ମାଲିକମାନେ ଏହାର ଦୃଢ ପ୍ରତିବାଦ କରି ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ସଠିକ୍ ଭାବେ ଲାଗୁ କରିବାକୁ ଦାବି କରିଥିଲେ । ସେପଟେ ଶତାଧିକ ଟ୍ରକ୍ ମାଲିକ ଏକତ୍ରିତ ହୋଇଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଭିସା କାରଖାନା ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details