ଯାଜପୁର: ଦେଶର ସ୍ୱାଧିନତା ସଂଗ୍ରାମରେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ରହିଛି ସ୍ୱତନ୍ତ୍ର ପରିଚୟ । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ପ୍ରାଣବଳି ଦେଇଥିଲେ । କିନ୍ତୁ ଦଶମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ରହିଥିବା ତୃଟିକୁ ନେଇ ଏବେ ବିବାଦ ଦେଖାଦେଇଛି ।
ଦଶମ ଶ୍ରେଣୀ ଇତିହାସ ବହିରେ ଥିବା ତୃଟିକୁ ନେଇ ବିବାଦ
୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନ ସମୟରେ ବରୀ କଳାମାଟିଆ ଠାରେ ଇଂରାଜୀ ସିପାହୀ ଗୁଳିରେ ୪ ଜଣ ସହୀଦ ହୋଇଥିଲେ । କିନ୍ତୁ ବର୍ତମାନ ପ୍ରଚଳିତ ଇତିହାସ ପୁସ୍ତକରେ ବିଭିନ୍ନ ତୃଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବାରୁ ଏହାର ପ୍ରତିବାଦ କରାଯାଇଛି ।
୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନ ସମୟରେ ବରୀ କଳାମାଟିଆ ଠାରେ ଇଂରାଜୀ ସିପାହୀ ଗୁଳିରେ ୪ ଜଣ ସହୀଦ ହୋଇଥିଲେ । କିନ୍ତୁ ବର୍ତମାନ ପ୍ରଚଳିତ ଇତିହାସ ପୁସ୍ତକରେ ବିଭିନ୍ନ ତୃଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବାରୁ ଏହାର ପ୍ରତିବାଦ କରାଯାଇଛି । ଏ ନେଇ ଏକ ସ୍ମାରକପତ୍ର ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ତୁରନ୍ତ ରାଜ୍ୟ ସରକାର ଏହି ତୃଟିକୁ ସଂଶୋଧନ କରି ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ଯୋଗାଇ ଦେବାକୁ ଦାବୀ କରାଯାଇଛି । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି । ସେପଟେ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅଗବତ କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ