ଓଡିଶା

odisha

ନାମାଙ୍କନ ଭରିଲେ ଡେବ୍ୟୁ କଂଗ୍ରେସ ପ୍ରାର୍ଥୀ

By

Published : Apr 4, 2019, 7:48 PM IST

ଛାତ୍ର ଜୀବନରେ ଜଣେ ଟାଣୁଆ ନେତା ଥିବା ଉମେଶ ପ୍ରତ୍ୟକ୍ଷ ରାଜନୀତିରେ ପ୍ରଥମ ଥର ପାଦ ଥାପିଛନ୍ତି । କଂଗ୍ରେସ ପକ୍ଷରୁ ବରୀ ଆସନ ପାଇଁ ତାଙ୍କୁ ଟିକେଟ୍‌ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ଉମେଶ ଜେନା । ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଉମେଶ । ନିଜ ସମର୍ଥକଙ୍କ ସହ ଆସି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଛାତ୍ର ଜୀବନରେ ଜଣେ ଟାଣୁଆ ନେତା ଥିବା ଉମେଶ ପ୍ରତ୍ୟକ୍ଷ ରାଜନୀତିରେ ପ୍ରଥମ ଥର ପାଦ ଥାପିଛନ୍ତି । କଂଗ୍ରେସ ପକ୍ଷରୁ ବରୀ ଆସନ ପାଇଁ ତାଙ୍କୁ ଟିକେଟ୍‌ ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ସେ ତାଙ୍କ ନିର୍ବାଚନୀ ପ୍ରସଙ୍ଗ ବନାଇବେ ବୋଲି କହିଛନ୍ତି ।

ଏହାସହ ବିଧାୟକ ହେଲେ ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ତାଙ୍କ ପ୍ରାଥମିକ କାମ ହେବ । ବିଜେପି ଓ ବିଜେଡିର ବିଫଳତାକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି କହିଛନ୍ତି । ଜନତାଙ୍କ ସମର୍ଥନରେ ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବାକୁ ଉମେଶ ଲକ୍ଷ୍ୟ ରଖିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details