ଓଡିଶା

odisha

ETV Bharat / state

ଗୋମାଂସ ଫିଙ୍ଗିବାକୁ ନେଇ ଯାଜପୁରରେ ଉତ୍ତେଜନା - ସହରରେ ଉତ୍ତେଜନା

ରାସ୍ତା କଡ଼ରେ ଗୋମାଂସ ଫିଙ୍ଗିବାକୁ ନେଇ ରାସ୍ତାରୋକ । ସ୍ଥାନୀୟ ଲୋକଙ୍କ ପ୍ରତିବାଦ । ବୃଦ୍ଧି ପାଇଲା ଉତ୍ତେଜନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Aug 14, 2019, 7:11 PM IST

ଯାଜପୁର: ରାସ୍ତା କଡରେ ଗୋମାଂସ ପକାଇବାକୁ ନେଇ ଉତ୍ତେଜନା। ଗାନ୍ଧି ଛକ ନିକଟସ୍ଥ ରିଂ ରୋଡ଼ ପାର୍ଶ୍ବରେ ବସ୍ତାରେ ଭର୍ତ୍ତି ହୋଇ ଗୋମାଂସ ପଡିଥିବା ଦେଖିବାକୁ ମିଳିଥିଲା । ଯାହାର ପ୍ରତିବାଦ କରି ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଏସପି ଚରଣ ସିଂ ମିନା ଓ ଉପଜିଲ୍ଲାପାଳ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ଗୋ-ମାଂସ ଫିଙ୍ଗିବାକୁ ନେଇ ଯାଜପୁରରେ ଉତ୍ତେଜନା

ଏହି ସ୍ଥାନଟି ବୈତରଣୀ ନଦୀ କୂଳରେ ହୋଇଥିବାରୁ ନଦୀ ପ୍ରଦୂଷିତ ହେବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ସହରରେ ଥିବା କଂସେଇ ଖାନାକୁ ବନ୍ଦ କରିବାକୁ ଦାବି କରିଛନ୍ତି ଉତ୍ୟକ୍ତ ଲୋକେ। ସହରରେ କଂସେଇ ଖାନା ଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ନେଇ ଅଭିଯୋଗ ହେଉଛି। କଂସେଇ ଖାନା ଯୋଗୁଁ ଚତୁର୍ପାଶ୍ବ ଦୁର୍ଗନ୍ଧମୟ ହେଉଥିବା କହିଛନ୍ତି ଆନ୍ଦୋଳନକାରୀ ।

ସହରରେ ଉତ୍ତେଜନା ଖବର ପାଇ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଏସପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣା ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା କିନ୍ତୁ ସହରରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details