ଓଡିଶା

odisha

ETV Bharat / state

ସରିଲା ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି 2020’ - ବାଳାଶ୍ରମ ପଡିଆ

ସ୍ଥାନୀୟ ବାଳାଶ୍ରମ ପଡିଆରେ 5 ଦିନ ଧରି ଚାଲିଥିବା ଜିଲ୍ଲା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦୂର୍ଗାଚରଣ ରଣବୀର ଏବଂ ସାଥୀଙ୍କ ଦ୍ବାରା ପରିବେଶିତ ହୋଇଥିଲା ଓଡିଶୀ ନୃତ୍ୟ। ଅଧିକ ପଢନ୍ତୁ...

ସରିଲା ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି 2020
ସରିଲା ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି 2020

By

Published : Jan 21, 2020, 11:14 AM IST

ଯାଜପୁର: ଉଦଯାପିତ ହୋଇଛି ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି 2020।’ ସ୍ଥାନୀୟ ବାଳାଶ୍ରମ ପଡିଆରେ 5 ଦିନ ଧରି ଚାଲିଥିବା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦୂର୍ଗାଚରଣ ରଣବୀର ଏବଂ ସାଥୀଙ୍କ ଦ୍ବାରା ପରିବେଶିତ ହୋଇଥିଲା ଓଡିଶୀ ନୃତ୍ୟ।

ପରେ ମୟୂରଭଞ୍ଜ କଳାକାରଙ୍କ ଦ୍ବାରା ପରିବେଶିତ ହୋଇଥିଲା ଛଉ ନୃତ୍ୟ। ସ୍ଥାନୀୟ କଳାକାର ୱାଜିଦ ଗ୍ରୁପ ଦ୍ବାରା ରଙ୍ଗାରଙ୍ଗ ଡ୍ୟାନ୍ସ , ବରଗଡର କଳାକାରଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା ।

ସରିଲା ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି 2020

ଏହି ଉଦଯାପନୀ ଉତ୍ସବରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ଏସପି ଚରଣ ସିଂ ମୀନା ଏବଂ କଳିଙ୍ଗନଗର ଅତିରିକ୍ତ ଏସ୍‌ପି ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ଜିଲ୍ଲାବାସୀଙ୍କ ସହଯୋଗ ପାଇଁ ଏହି ମହୋତ୍ସବ ସଫଳ ହୋଇଥିବା ମତ ଦେଇଥିଲେ ।

ସେପଟେ ରବିବାର ଶେଷ ଦିନ ହୋଇଥିବାରୁ ପଲ୍ଲିଶ୍ରୀ ମେଳାରେ ଦର୍ଶକଙ୍କର ବେଶ୍ ଭିଡ ଜମିଥିଲା। ଘରକରଣା ସାମଗ୍ରୀ କିଣାକିଣି କରିବା ସହିତ ମନ ପସନ୍ଦ ଖାଦ୍ୟ ଖାଇବା ପାଇଁ ଦର୍ଶକଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଥିଲା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details