ଯାଜପୁର: ଶ୍ରମ ବିଭାଗର ଟାକ୍ସଫୋର୍ସ ଦ୍ବାରା ବ୍ୟାସନଗର ସହରରୁ 8ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି । ଡିସିପିଓ ନିରଞ୍ଜନ କର,ସିଡବ୍ଲୁଓ ସଭ୍ୟ ହୃଷିକେଶ ପଣ୍ଡା, ଏଏଲସି ଚିତରଞ୍ଜନ କର, ଗ୍ରାମାଞ୍ଚଳର ଶ୍ରମ ନିରୀକ୍ଷକ ପ୍ରେମ ମଞ୍ଜରୀ ନାୟକ ଆଜି ମିଳିତ ଭାବେ ବ୍ୟାସନଗର ସହରର ବିଭିନ୍ନ ହୋଟେଲ ଓ ଗ୍ୟାରେଜ ଉପରେ ଚଢାଉ କରିଥିଲେ।
ଯାଜପୁରରୁ 8 ଶିଶୁ ଶ୍ରମିକ ଉଦ୍ଧାର - ଶ୍ରମ ବିଭାଗ
ଶ୍ରମ ବିଭାଗର ଟାକ୍ସଫୋର୍ସ ଦ୍ବାରା ବ୍ୟାସନଗର ସହରରୁ 8 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଶିଶୁଙ୍କୁ ଯାଜପୁର ଉତ୍କଳ ବାଳାଶ୍ରମକୁ ପଠାଇ ଦିଆଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ବାଲେଶ୍ବର, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ ଆଦି ଜିଲ୍ଲାର 8 ଜଣ ଶିଶୁ ଶ୍ରମିକ କାମ କରୁଥିବା ବେଳେ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ ସମସ୍ତଙ୍କୁ ଯାଜପୁର ଉତ୍କଳ ବାଳାଶ୍ରମକୁ ପଠାଇ ଦିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ