ଯାଜପୁର: ଆଜି(ରବିବାର) ଯାଜପୁର ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରବିବାର ସକାଳ ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ତାଦାରଖ କରିଛନ୍ତି ।
ଆସନ୍ତା ୬/୭ ମାସ ମଧ୍ୟରେ ମନ୍ଦିର କାର୍ଯ୍ୟ ଶେଷ ହେବ । ଏଥିସହିତ ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଯେପରିକି, ମେଡିକାଲ କଲେଜ, ପ୍ରଶାସନିକ ଭବନ, ବରାହ ପ୍ରକଳ୍ପ ଆଦିର ତଦାରଖ କରିଛନ୍ତି ସୁରେଶ ମହାପାତ୍ର।