ଓଡିଶା

odisha

ETV Bharat / state

ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର - jajpur news

ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚକ୍ରବର୍ତ୍ତୀ ସିଂ ରାଠୋର । ସୋମବାର ସକାଳୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସେ । ଅଧିକ ପଢନ୍ତୁ...

ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଚକ୍ରବର୍ତ୍ତୀ ସିଂ ରାଠୋର
ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଚକ୍ରବର୍ତ୍ତୀ ସିଂ ରାଠୋର

By

Published : Sep 14, 2020, 12:45 PM IST

ଯାଜପୁର: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚକ୍ରବର୍ତ୍ତୀ ସିଂ ରାଠୋର । ସୋମବାର ସକାଳୁ ସେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କର ପ୍ରଥମ ପ୍ରାଧାନ୍ୟ କୋରୋନା ଥିବା ବେଳେ ବନ୍ୟାଞ୍ଚଳର ସ୍ଥିତିକୁ ମଧ୍ୟ ସେ ବର୍ତ୍ତମାନ ବିଶେଷ ଦୃଷ୍ଟି ଦେବେ । କୋରୋନା ତାଲିକାରେ ଯାଜପୁର ବର୍ତ୍ତମାନ 5 ନମ୍ବରରେ ରହିଥିବା ବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ।

ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଚକ୍ରବର୍ତ୍ତୀ ସିଂ ରାଠୋର

ତେବେ ଚକ୍ରବର୍ତ୍ତୀ ରାଠୋର ଯାଜପୁର ଜିଲ୍ଲାପାଳ ଦାୟିତ୍ବ ନେବା ପୂର୍ବରୁ ବରହମପୁର ମୁନିସିପାଲ କର୍ପୋରେସନର କମିଶନର ଭାବେ କାର୍ଯ୍ୟରତ ଥିଲେ। ସେଠାରେ ସେ କୋରୋନା ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଯାଜପୁରରେ କାର୍ଯ୍ୟକାରୀ କରାଯାଇଛି । ଆଗକୁ ବ୍ରହ୍ମପୁର ଭଳି ଯାଜପୁରରେ କୋରୋନା ନିୟନ୍ତ୍ରଣ ହେବ ବୋଲି ସେ କହିଛନ୍ତି ।

ଆସନ୍ତା ୧୫ ଦିନ କୋରୋନା ମୁକାବିଲାକୁ ମୁଖ୍ୟ ଲକ୍ଷ୍ୟ ରଖି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥି ସହିତ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣ କୋରୋନା ଗାଇଡଲାଇନ ମାନିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details