ଓଡିଶା

odisha

ETV Bharat / state

ବିଜୟ ସଂକଳ୍ପ ସଭାରେ ଯୋଗଦେଲେ କେନ୍ଦ୍ର ଶକ୍ତିମନ୍ତ୍ରୀ

ମୋଦି ସରକାରଙ୍କ ନେତୃତ୍ବରେ ପାକିସ୍ତାନକୁ ଦିଆଯାଇଥିବା ପୁଲୱାମା ଆକ୍ରମଣର ଜବାବ ସଦୃଶ ଏୟାର ଷ୍ଟ୍ରାଇକ ଘଟଣାକୁ ମନେପକାଇଥିଲେ । ଆଉ ପୁଣିଥରେ ମୋଦି ସରକାରଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ।

By

Published : Mar 27, 2019, 7:04 PM IST

Updated : Mar 27, 2019, 7:53 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର


ଯାଜପୁର: ସାଧାରଣ ନିର୍ବାଚନରେ ବିଜେପିର 120ପ୍ଲସ ମିଶନକୁ ନେଇ ଆରମ୍ଭ ହୋଇଛି ବିଜେପିର ବିଜୟ ସଂକଳ୍ପ ସଭା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ହିଙ୍ଗୁଳା ପଡ଼ିଆରେ କୋରେଇ ନିର୍ବାଚନୀ ବିଜେପି ପକ୍ଷରୁ ଏହି ସଭାର ଆୟୋଜନ କରାଯାଇଛି । ଏଥିରେ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ ଯୋଗ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଫୁଲ ଦମରେ ଜନତାଙ୍କ ନିକଟତର ହେବାକୁ ଆରମ୍ଭ ହୋଇଛି ବିଜୟ ସଂକଳ୍ପ ସଭା । ମୋଦି ସରକାରଙ୍କ ନେତୃତ୍ବରେ ପାକିସ୍ତାନକୁ ଦିଆଯାଇଥିବା ପୁଲୱାମା ଆକ୍ରମଣର ଜବାବ ସଦୃଶ ଏୟାର ଷ୍ଟ୍ରାଇକ ଘଟଣାକୁ ମନେପକାଇଥିଲେ । ଆଉ ପୁଣିଥରେ ମୋଦି ସରକାରଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର


ରାଜ୍ୟରେ ନଗଡା ଶିଶୁମୃତ୍ୟୁ, ବେକାରୀ ବୃଦ୍ଧି, ଚାଷୀ ଆତ୍ମହତ୍ୟା, ନାରୀ ନିର୍ଯାତନା ଓ ଦାନମାଝୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ନବୀନ ସରକାରରେ ରାଜ୍ୟରେ ସେଭଳି କିଛି ବି ଆଖିଦୃଶିଆ ଉନ୍ନତି ହୋଇନାହିଁ । ମେଡିକାଲ ଅଛି ଡାକ୍ତର ନାହାଁନ୍ତି । କେନ୍ଦ୍ରରୁ ଆସୁଥିବା ଅର୍ଥର ସଠିକ ବିନିଯୋଗ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ ।

ଏହି ସଭାରେ ବିଜେପି ପ୍ରାର୍ଥୀ ବିଶ୍ଵଜିତ ନାୟକ, ସିନେଷ୍ଟାର ଶ୍ରୀତମ ଦାସ ଯୋଗଦେଇ ପରିବର୍ତ୍ତନରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ
Last Updated : Mar 27, 2019, 7:53 PM IST

ABOUT THE AUTHOR

...view details