ଓଡିଶା

odisha

ETV Bharat / state

ଧୁମଧାମରେ ସମ୍ପନ୍ନ ହେଲା ଯାଜପୁରର ରଥଟଣା - Cart

ଯାଜପୁରରେ ସମ୍ପନ୍ନ ହୋଇଛି ରଥଟଣା । ଏହି ରଥଟଣା ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତିବର୍ଷ କରାଯାଇଥାଏ । ଚଳିତଥର ମଧ୍ୟ ଏହି ରଥଟଣା ଜିଲ୍ଲାରେ ବଡ ଧୂମଧାମରେ ସମ୍ପନ୍ନ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

By

Published : Jul 6, 2019, 3:26 PM IST

ଯାଜପୁର: ରଥଯାତ୍ରାର ପରଦିନର ଯାଜପୁରରେ ରଥଟଣାର ପରମ୍ପରା ରହିଛି । ଯାଜପୁର ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତିବର୍ଷ ଏହି ରଥ ଟଣା କରାଯାଇଥାଏ । ଚଳିତଥର ମଧ୍ୟ ଏହି ରଥଟଣା ଜିଲ୍ଲାରେ ବଡ ଧୁମଧାମରେ ସମ୍ପନ୍ନ ହୋଇଛି ।

ତେବେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହେବା ପରେ ମାଉସୀ ମା’ ମନ୍ଦିର ଅଭିମୁଖେ ଭକ୍ତ ରଥକୁ ଟାଣି ଟାଣି ନେଇଥିଲେ । ଶହ ଶହ ଭକ୍ତଙ୍କ ଘଣ୍ଟ ହୁଳୁହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଟ୍ରଷ୍ଟବୋର୍ଡ଼ର ଅଧ୍ୟକ୍ଷ ତଥା ଯାଜପୁର ତହସିଲଦାର ସୁନୀଲ କୁମାର ମେହେରଙ୍କ ସମେତ ଏସ୍ଡ଼ିପିଓ ରବିନ୍ଦ୍ର କୁମାର ଜେନା, ଥାନା ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସଦାବ୍ରତ ମଠ ମହନ୍ତ ପ୍ରଶାନ୍ତ କୁମାର ଦାଶଙ୍କ ଉପସ୍ଥିତିରେ ମନ୍ଦିର ପୂଜକ ରଥରୁ ଶ୍ରୀଜୀଉଙ୍କ ପହଣ୍ଡି ବିଜେ କରି ମାଉସୀ ମା’ ମନ୍ଦିରକୁ ଆଣିଥିଲେ ।

ଯାଜପୁରରେ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details