ଓଡିଶା

odisha

ETV Bharat / state

ବ୍ରାଉନସୁଗାର ରାକେଟ ଠାବ, ଜଣେ ମହିଳାଙ୍କ ସମେତ 3 ଗିରଫ

ଶୁକ୍ରବାର ଏକ ବ୍ରାଉନସୁଗାର ରାକେଟକୁ ଠାବ କରିଛି ଯାଜପୁର ରୋଡ ପୋଲିସ । ଉକ୍ତ ରାକେଟରେ ସଂପୃକ୍ତ 3 ଜଣଙ୍କୁ ଗିରଫ କରାଯାଇଛି।

By

Published : Apr 19, 2019, 6:21 PM IST

Updated : Apr 19, 2019, 7:44 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଶୁକ୍ରବାର ଏକ ବ୍ରାଉନସୁଗାର ରାକେଟକୁ ଠାବ କରିଛି ଯାଜପୁର ରୋଡ ପୋଲିସ । ଉକ୍ତ ରାକେଟରେ ସଂପୃକ୍ତ 3 ଜଣଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ଜଣେ ମହିଳା ସାମିଲ ଥିବା ସୂଚନା ରହିଛି । ସେମାନଙ୍କ ନିକଟରୁ 129 ପ୍ୟାକେଟ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଗିରଫ ପରେ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସଡ଼ିପିଓ କେଦାରନାଥ ସାହୁ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଏଥିସହିତ ନଗଦ 67 ହଜାରରୁ ଊର୍ଦ୍ଧ୍ବ ଟଙ୍କା ଓ 8ଟି ମୋବାଇଲ ଜବତ କରାଯାଇଛି । ତେବେ ଗତ କିଛି ଦିନ ଧରି ସ୍ଥାନିୟ ଅଞ୍ଚଳରେ ବ୍ରାଉନସୁଗାର କାରବାର ନେଇ ବିଭିନ୍ନ ଅଭିଯୋଗ ରହିଥିଲା । ଫଳରେ ଯାଜପୁର ରୋଡ ପୋଲିସ ସ୍ୱତନ୍ତ୍ର ଟିମ ଗଠନ ଛାନ୍ନ ଭାନ୍ନ ଚଳାଇଥିବା କହିଛନ୍ତି ଏସଡିପିଓ ।

ତେବେ ଆଜି ସ୍ଥାନୀୟ ଅଞ୍ଚଳର ଏକ ସାଇ ମନ୍ଦିର ନିକଟରେ ପୋଲିସ ପକ୍ଷରୁ ଚଢ଼ାଉ କରିଯାଇ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମପୁର ଅଞ୍ଚଳର ବିଜୟ ଦାସ ଏବଂ ଛୋଟରାୟ ପୁର ଗ୍ରାମର ସନ୍ତୋଷ ଦାସ । ଅନ୍ୟପଟେ ସଂପୃକ୍ତ ମହିଳା ଜଣକ ସ୍ଥାନୀୟ ସ୍ବିପର ସାହିର ଗୀତା ରାଉତ ବୋଲି ସୂଚନା ରହିଛି।

ତେବେ ରାକେଟରେ ସାମିଲ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି ଯାଜପୁର ରୋଡ ଏସଡ଼ିପିଓ କେଦାରନାଥ ସାହୁ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 19, 2019, 7:44 PM IST

For All Latest Updates

ABOUT THE AUTHOR

...view details