ଓଡିଶା

odisha

ETV Bharat / state

ନବୀନଙ୍କ ପାଇଁ ବଜ୍ର ଶପଥ ନେଲେ ବିଜେଡି ମହିଳା ସଂଗଠନ

ସବିତା ରାଉତଙ୍କ ନେତୃତ୍ବରେ ଯାଜପୁରରେ ମହିଳା ସମାବେଶ। ବିଜେଡି ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀ ଓ କୋରେଇ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଶୋକ ବଳଙ୍କୁ ବିଜେଡି ମହିଳା ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା । ଚଳିତଥର ମଧ୍ୟ ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେବା ସହ 5ମ ଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମହିଳା ମାନେ ନେଲେ ବଜ୍ର ଶପଥ।

By

Published : Apr 14, 2019, 9:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର: ବ୍ୟାସନଗର ପୌରପରିଷଦ ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତଙ୍କ ନେତୃତ୍ବରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ବିଜେଡି ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀ ଓ କୋରେଇ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଶୋକ ବଳଙ୍କୁ ବିଜେଡି ମହିଳା ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ସୂଚନା ଯୋଗ୍ୟ ଯେ ପ୍ରାୟ ବର୍ଷକ ତଳେ ଦଳବିରୋଧି କାର୍ଯ୍ୟ କରୁଥିବା ଦର୍ଶାଇ ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଏବେ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇ ପୁଣି ତାଙ୍କୁ ବିଜେଡି ଦଳରେ ସାମିଲ କରିଛି । ତେବେ ସେ ଦଳରେ ସାମିଲ ହେବା ପରେ ଆଜି ତାଙ୍କ ନେତୃତ୍ବରେ ଏକ ମହିଳା ସମାବେଶର ଆୟୋଜନ କରାଯାଇ ସେଠାରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଚଳିତ ଥର ବିଜେଡି ଦଳର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ 5ମ ଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମହିଳା ମାନେ ବଜ୍ର ଶପଥ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା, ୱାର୍ଡ କାଉନସିଲର ଓ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ମାନେ ସାମିଲ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details