ଓଡିଶା

odisha

ETV Bharat / state

ଯାଜପୁରର ସବୁ ପୋଛିନେଲା ବିଜେଡି

2019 ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି । ଯାଜପୁରର 7 ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁ ଆସନକୁ ଅକ୍ତିଆର କରିଛି ବିଜେଡି ।

By

Published : May 24, 2019, 9:06 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: 2019 ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି । ଯାଜପୁରର 7 ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁ ଆସନକୁ ଅକ୍ତିଆର କରିଛି ବିଜେଡି । ଗତ 2014 ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ କରିଥିଲା । ତେବେ ଆସନ୍ତୁ ଜାଣିବା କିଏ କେତେ ଭୋଟ ବ୍ୟବଧାନରେ ବାଜିମାତ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଧର୍ମଶାଳା:ବିଜେଡିରୁ ପ୍ରଣବ ବଳବନ୍ତରାୟ 1 ଲକ୍ଷ 01364 ରେ ବିଜୟୀ ହୋଇଥିବା ବେଳେ ବିଜେପିର ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା 48 ହଜାର 311 ଓ କଂଗ୍ରେସ ପ୍ରାର୍ଥୀ ସ୍ମୁତି ରେଖା ପହି ପାଇଛନ୍ତି 18 ହଜାର 531 ।


ସୁକିନ୍ଦା:ବିଜେଡିର ଚର୍ଚ୍ଚିତ ଚେହେରା ପ୍ରିତିରଞ୍ଜନ ଘଡେଇ 77 ହଜାର 510 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କୁ ଯାଇଛି 60 ହଜାର 780 ଭୋଟ। କଂଗ୍ରେସର ପ୍ରାର୍ଥୀ ଶରତ ରାଉତ ପାଇଛନ୍ତି 18 ହଜାର 619 ଭୋଟ। ତେବେ ଭୋଟ ବ୍ୟବଧାନ ଥିଲା 16 ହଜାର 730 ।


ବରୀ:ବିଜେଡିର ସୁନନ୍ଦା ଦାସ 72 ହଜାର 559 ଖଣ୍ଡ ଭୋଟ ପାଇଛନ୍ତି। ଅନ୍ୟପଟେ ବିଜେପିର ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ 68 ହଜାର 497 ଓ କଂଗ୍ରେସର ଉମେଶ ଜେନା7 ହଜାର 082 ପାଇଥିବା ବେଳେ ବ୍ୟବଧାନ ଥିଲା 4ହଜାର 062 ଖଣ୍ଡ ଭୋଟ ।

ବିଞ୍ଝାରପୁର:ବିଜେଡିର ପ୍ରମିଳା ମଲ୍ଲିକ79 ହଜାର 087 ଖଣ୍ଡ ଭୋଟ ହାତେଇଥିବା ବେଳେ ବିଜେପିର ବବିତା ମଲ୍ଲିକ 57 ହଜାର 861 ଓ କଂଗ୍ରେସର ମନୋରଞ୍ଜନ ଦାସ 3 ହଜାର 997 ଭୋଟ ପାଇଥିଲେ। ଭୋଟ ବ୍ୟବଧାନ ଥିଲା 21 ହଜାର 723 ।


ବଡ଼ଚଣା:ବିଜେଡିରୁ ଅମର ପ୍ରସାଦ ଶତପଥୀ 64 ହଜାର 084, ବିଜେପିର ଅମର କୁମାର ନାୟକ 62 ହଜାର 599 ଓ କଂଗ୍ରେସର ଅଜୟ ସାମଲ 9 ହଜାର 322 ଖଣ୍ଡ ଭୋଟ ପାଇଥିଲେ । ଭୋଟ ବ୍ୟବଧାନ ଥିଲା ମାତ୍ର 1 ହଜାର 392 ।


ଯାଜପୁର: ବିଜେଡିର ପ୍ରଣବ ପ୍ରକାଶ ଦାସ 99 ହଜାର 378, ବିଜେପିର ଗୌତମ ରାୟ 59 ହଜାର 082 ଓ କଂଗ୍ରେସର ସନ୍ତୋଷ ନନ୍ଦ4 ହଜାର745 ଖଣ୍ଡ ଭୋଟ ହାତେଇଥିଲେ ।


କୋରେଇ :ବିଜେଡିର ଅଶୋକ ବଳ 73 ହଜାର 403 ଓ ବିଜେପି ବିଶ୍ଵଜିତ ନାୟକ 42 ହଜାର 679 କଂଗ୍ରେସର ବନ୍ଦିତା ପରିଡା 28 ହଜାର 486 ଭୋଟ ପାଇଛନ୍ତି। ତେବେ ବିଜେଡି ଜିତିଲା 30 ହଜାର 167ଭୋଟ ବ୍ୟବଧାନରେ ।

ଯାଜପୁର ଲୋକସଭା ଆସନ:ବିଜେଡିର ଶର୍ମିଷ୍ଠା ସେଠି 5ଲକ୍ଷ 44 ହଜାର 020 ଭୋଟ ପାଇଥିବା ବେଳେ ବିଜେପିର ଅମୀୟକାନ୍ତ ମଲ୍ଲିକ 4 ଲକ୍ଷ 42 ହଜାର 327 ଓ କଂଗ୍ରେସର ମାନସ ଜେନା 83 ହଜାର 321ଖଣ୍ଡ ଭୋଟ ପାଇଥିଲେ ।

2019ରେ ପୁଣିଥରେ ବିଜେଡି ନିଜରର ଗଡ଼କୁ ରଖିପାରିଥିବାରୁ ବିଜେଡି ନେତାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details