ଓଡିଶା

odisha

ETV Bharat / state

ମେଡିକାଲରୁ ଫେରିବା ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର - ମେଡିକାଲରୁ ଫେରୁଥିଲା ବେଳେ ବାଇକକୁ କାର ପଛପଟୁ ଧକ୍କା

ମେଡିକାଲରୁ ଫେରୁଥିଲା ବେଳେ ବାଇକକୁ ଏକ କାର ପଛପଟୁ ଧକ୍କା ଦେବାରୁ ଜଣେ ମହିଳା ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

By

Published : Nov 8, 2019, 3:18 PM IST

ଯାଜପୁର: ଜିଲ୍ଲାର କୋରେଇ ଥାନା ଅଧିନସ୍ଥ ପାଟୁଳି ଛକ ନିକଟରେ ଗୋଟିଏ ବାଇକକୁ, ଏକ କାର ପଛ ପଟୁ ଧକ୍କା ଦେବାରୁ ଜଣେ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ମୃତକ ମହିଳା ନରପଦା ଗାଁର କମଳା ମଲ୍ଲିକ । ଆହତ ଯୁବକ ହେଉଛନ୍ତି ରଞ୍ଜିତ ମଲ୍ଲିକ। ମୃତକ କମଳା, ନିଜ ପୁତୁରା ସହ ଯାଜପୁର ରୋଡ ମେଡିକାଲକୁ ଚିକିତ୍ସା ପାଇଁ ଆସି ଫେରୁଥିବା ସମୟରେ ପାଟୁଳି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details